ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ସ୍କ୍ରବ ଟାଇଫସ୍ ଆତଙ୍କ । ପ୍ରତିଦିନ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

142

କନକ ବ୍ୟୁରୋ : କରୋନା ସମୟରେ ଲୋକଙ୍କୁ ଯେମିତି ସଚେତନ କରାଯାଉଥିଲା, ଏବେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ସୁନ୍ଦରଗଡରେ ବଢ଼ିଚାଲିଥିବାରୁ ଲୋକଙ୍କୁ, ପ୍ରଶାସନ ପକ୍ଷରୁ ସେମିତି ସଚେତନ କରାଯାଉଛି । ଆଶାକର୍ମୀମାନେ ଡାକବାଜି ଯନ୍ତ୍ର ସହାୟତାରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।

ସୁନ୍ଦରଗଡ ଜିଲ୍ଲାରେ, ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ୍ । ବର୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ ଟପିଲାଣି । ଗ୍ରାମାଂଚଳ ପରେ ଏବେ ସହରାଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତି ଦିନ ନୂଆ ନୂୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଯାହାକି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାର ମୁକାବିଲ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଓ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର..

ଡାକ୍ତରଙ୍କ ପରାମର୍ଶ ..
– ଚାଷ ଜମିକୁ କିମ୍ବା ଜଂଗଲିଆ ସ୍ଥାନକୁ ଯାଉଥିଲେ ହାତ ଗୋଡ ଘୋଡାଇ ଯାଆନ୍ତୁ
– ରାତିରେ ଖୋଲା ସ୍ଥାନରେ ଶୁଅନ୍ତୁ ନାହିଁ
– ସଂକ୍ରମିତ ରୋଗୀଙ୍କ ଠାରୁ ଦୂରେଇ ରହିବା ଦରକାର
– ଆଖପାଖ ସ୍ଥାନକୁ ସଫାସୁତୁରା ଓ ଆବର୍ଜନା ମୁକ୍ତ ରଖନ୍ତୁ
– ସଂକ୍ରମିତ ହେଲେ ତୁରନ୍ତ ଚିିକିତ୍ସକଙ୍କ ପରାମର୍ଶ ନିଅନ୍ତୁ

କେବଳ ସୁନ୍ଦରଗଡ଼ ନୁହେଁ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ସ୍କ୍ରବ୍ ଟାଇଫସ୍ ଉଗ୍ର ରୂପ ନେଇଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୭ରେ ପହଂଚିଲାଣି । ସେହିପରି ବରଗଡ, କେନ୍ଦୁଝର ଓ କଟକ ଜିଲ୍ଲାରେ ମଧ୍ୟ ସ୍କ୍ରବ ଟାଇଫସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।