ତାଲିବାନ ରାସ୍ତାରେ ପାକିସ୍ତାନ । ବଦଳିଲା ଶିକ୍ଷାନୀତି, ସବୁ ଧର୍ମର ପିଲାଙ୍କ ପାଇଁ ଇସଲାମିକ ଧର୍ମଗ୍ରନ୍ଥ ବାଧ୍ୟତା ମୂଳକ

111

କନକ ବ୍ୟୁରୋ : ଧିରେ ଧିରେ ସାରା ବିଶ୍ୱ ଧର୍ମ କବଳରେ କବଳିତ ହେବାକୁ ଯାଉଛି । ଏହାର ପ୍ରାରମ୍ଭ ତାଲିବାନ ଆଫଗାନିସ୍ତାନରେ ଆରମ୍ଭ କରିଥିବା ବେଳେ ଏବେ ପାକିସ୍ତାନ ବି ଏହି ରାସ୍ତାରେ ଚାଲିବା ଆରମ୍ଭ କରିଛି । ପାକିସ୍ତାନ ସରକାର ଦେଶରେ ଥିବା ସମସ୍ତ ବିଦ୍ୟାଳୟରେ ସବୁଧର୍ମର ଛାତ୍ର ଛାତ୍ରୀଙ୍କ ପାଇଁ ଇସଲାମିକ ଧର୍ମଗ୍ରନ୍ଥ ପଢିବାକୁ ବାଧ୍ୟତାମୂଳକ କରିଛନ୍ତି ।

ଏନେଇ ଇମ୍ରାନ ସରକାର ଏକ ନୂଆ ଶିକ୍ଷାନୀତି ଘୋଷଣା କରିଛନ୍ତି । ଏହି ନୀତି ମୁତାବକ ସବୁଧର୍ମର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସବୁ ଧର୍ମର ପିଲାମାନେ ବାଧ୍ୟତା ମୂଳକ ଭାବେ ଇସଲାମ ସହିତ ଜଡିତ କାହାଣୀ ପଢିବେ । ପୂର୍ବ ମାସରେ ଏନେଇ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି କରିକୁଲମ ଲାଗୁ କରିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ଯେ, ଉର୍ଦ୍ଦୁ ମିଡିୟମ, ଇଂଗ୍ରଜୀ ମିଡିୟମ ଓ ମାଦ୍ରାସରେ ପଢୁଥିବା ପିଲାମାନଙ୍କର ଚିନ୍ତା ଧାରା ଭିନ୍ନ ଭିନ୍ନ । ଯାହାକି ଭବିଷ୍ୟତରେ ଦେଶ ପାଇଁ ବିପଦ ଆଣିପାରେ । ଏହାକୁ ନଜରରେ ରଖି ସବୁ ମିଡିୟମର ଛାତ୍ର ଛାତ୍ରୀଙ୍କ ଭାବନା ଗୋଟିଏ କରିବାକୁ ଏଭଳି ନୂଆ ଶିକ୍ଷା ନୀତି ଲାଗୁ କରାଯାଇଛି । ହେଲେ ଇମ୍ରାନଙ୍କର ଏଭଳି ନିଷ୍ପତ୍ତିକୁ ଦେଶର କିଛି ରାଜ୍ୟ ବିରୋଧ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି ସରକାର କହୁଛନ୍ତି ମାଦ୍ରାସା ସ୍କୁଲଗୁଡିକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହେଲେ ସରକାରଙ୍କ ନିଷ୍ପତ୍ତି ମୁତାବକ ଏବେ ପ୍ରତିଟି ସ୍କୁଲକୁ ୨ ଜଣ ମାଦ୍ରାସା ଶିକ୍ଷକ ଆସି ଇସଲାମିକ ଧର୍ମ ବାବାଦରେ ଶିକ୍ଷା ଦେବେ । ଏହା ଫଳରେ ଦେଶର ସମସ୍ତ ସ୍କୁଲ ମାଦ୍ରାସାରେ ପରିଣତ ହେବ ବୋଲି କିଛି ରାଜ୍ୟ ସରକାର ଅଭିଯୋଗ କରିଛନ୍ତି ।

କେବଳ ସେତିକି ନୁହେଁ ନୂଆ କରିକୁଲରେ ଏମିତି କିଛି ଆଇନ କରାଯାଇଛି ଯାହା ଦ୍ୱାରା ମହିଳାମାନେ ଦୁର୍ବଳ ହୋଇଯିବେ ଓ ସେମାନଙ୍କୁ ମିଳିଥିବା ଶିକ୍ଷା ଅଧିକାରକୁ ବି ଏହି କରିକୁଲମ ମାଧ୍ୟମରେ ଦୁର୍ବଳ କରାଯିବା ଚେଷ୍ଟା କରାଯାଇଛି ।