ଖଣି ଲୁଟ୍ ପାଇଁ ଗଳାବାଟ! ବେଆଇନ୍ ଖନନ ଉପରେ କିଏ ଲଗାଇବ ଅଙ୍କୁଶ? ପଦବୀ ଅଛି, ନାହାନ୍ତି ଅଧିକାରୀ

Advertisment
ଖଣି ଲୁଟ୍ ପାଇଁ ଗଳାବାଟ! ବେଆଇନ୍ ଖନନ ଉପରେ କିଏ ଲଗାଇବ ଅଙ୍କୁଶ? ପଦବୀ ଅଛି, ନାହାନ୍ତି ଅଧିକାରୀ

କନକ ବ୍ୟୁରୋ: ହଜାର ହଜାର କୋଟି ଟଙ୍କାର ଖଣି ଲୁଟ୍ ହେଉଛି। ତା’ପୁଣି ସମସ୍ତଙ୍କ ଆଖି ଆଗରେ। କେବେ ଲାଗିବ ଏହା ଉପରେ ଅଙ୍କୁଶ। ଆଉ ଏହି ବେଆଇନ୍ ଲୁଟକୁ କିଏ ରୋକିବ? ବଡ଼ କଥା ହେଉଛି ଖଣି ବିଭାଗରେ ୧୭ଟି ପଦବୀ ଅଛି, କିନ୍ତୁ କାମ କରୁଛନ୍ତି ମାତ୍ର ୨ ଜଣ ଅଧିକାରୀ। ଖଣି ବିଭାଗ ପାଖରେ କର୍ମଚାରୀ ଅଭାବ ଥିବାରୁ ସରକାର ବିପୁଳ ରାଜସ୍ୱ ହରାଉଛନ୍ତି। ଏପରି ସ୍ଥିତିରେ କେବେ ପଦବୀ ପୂରଣ ହେବ, ଆଉ କେବେ ଲାଗିବ ବେଇଆନ ଲୁଟ୍ ଉପରେ ଲଗାମ, ତା’କୁ ଅପେକ୍ଷା।

ଯାଜପୁରରେ ଚାଲିଛି ବେଧଡ଼କ ଖଣି ଲୁଟ୍। କଳାପଥର ପାହାଡ଼କୁ କିପରି ମାଫିଆ ଖୋଳି ନେଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବିଡ଼ମ୍ବନାର କଥା ହେଉଛି ଖଣି ତ ଲୁଟ୍ ହେଉଛି, କିନ୍ତୁ ଏହାକୁ ରୋକିବାକୁ କେହି ନାହାନ୍ତି। ଚଳିତବର୍ଷ ଯାଜପୁର ସହରରେ ଯାଜପୁର ଖଣି ମଣ୍ଡଳର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଖୋଲାଯାଇଛି । ବିଭାଗୀୟ କାର୍ଯ୍ୟାଳୟ ପାଇଁ ୧୭ଟି ପଦବୀ ରହିଛି। କିନ୍ତୁ ଖଣି ବିଭାଗରେ ଅଛନ୍ତି ମାତ୍ର ୨ଜଣ ଅଧିକାରୀ। ବଡ଼ କଥା ହେଉଛି, ଏହି ଖଣି ମଣ୍ଡଳ ଅଧୀନରେ ଥିବା ୧୮୫ଟି ଖାଦାନରୁ ୧୧୨ଟି କ୍ରିୟାଶୀଳ ଥିବା ବେଳେ ୭୨ଟି ଖାଦାନ ଉତ୍ତୋଳନ ବନ୍ଦ ରହିଛି। ଫଳରେ ହଜାର ହଜାର କୋଟି ଟଙ୍କାର ଲଘୁଖଣିଜ ଲୁଟ୍ ହେଉଛି।। ଆଉ ବିରାଟ ପାହାଡ଼ ସତ୍ତା ହରାଇଛି।

ସେପଟେ ଚୋରା ଖାଦାନରେ ଚଢ଼ଉ ପାଇଁ କୌଣସି ଏନଫୋର୍ସମେଣ୍ଟ୍ ଟିମ୍ ନାହିଁ । ଖାଲି ପଦବୀ ପୂରଣ ପାଇଁ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଗତବର୍ଷ ସେପ୍ଟେମ୍ବରରୁ ବାରମ୍ବାର ଚିଠି ଲେଖାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦାଧିକାରୀଙ୍କୁ ନିଯୁକ୍ତି ମିଳିଲା ନାହିଁ। ଆବଶ୍ୟକ ସ୍ଥଳେ କେବଳ ସ୍ଥାନୀୟ ପୁଲିସକୁ ସାଥୀରେ ଧରି ଚଢ଼ଉ କରାଯାଉଛି । ଏ ସଂକ୍ରାନ୍ତରେ ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏନ୍‌ଏନ୍ ସିଂହଦେଓ କହିଛନ୍ତି, କର୍ମଚାରୀ ଅଭାବ ଥିବା ସଂକ୍ରାନ୍ତ ଅଭିଯୋଗ ଆସିଛି। ଖୁବ୍‌ଶୀଘ୍ର ପଦବୀ ପୂରଣ କରାଯାଇ ଯାଜପୁରରେ ଚାଲିଥିବା ଖଣି ଚୋରି ଉପରେ ଅଙ୍କୁଶ ଲଗାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe