କନକ ବ୍ୟୁରୋ : କୁହୁଡି ପାଇଁ ସତର୍କ କରାଇଲେ ରାଜ୍ୟ ସରକାର । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଥିପାଇଁ ଜିଲ୍ଲାପାଳ ମାନଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି । ଆଗାମି ୩ ଦିନ ପାଇଁ ଏହି ସତର୍କତା ଜାରି କରାଯାଇଛି ।

- ୨୦ ତାରିଖ ସକାଳ ୮ଟା ୩୦ ଯାଏଁ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଅନୁଗୁଳ ପାଇଁ ଆଲର୍ଟ ଜାରି ହୋଇଛି
- ୨୦ ତାରିଖ ସକାଳ ୮ଟା ୩୦ରୁ ୨୧ ତାରିଖ ୮ଟା ୩୦ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି
- ୨୧ ତାରିଖ ସକାଳ ୮ଟା ୩୦ରୁ ୨୨ ତାରିଖ ସକାଳ ୮ଟା ୩୦ ପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳକୁ ଆଲର୍ଟ ଜାରି କରାଯାଇଛି
- ଘନକୁହୁଡ଼ିକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି
- ଦୁର୍ଘଟଣା ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି

ସେପଟେ ଘନକୁହୁଡ଼ି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନରୁ ଆସିଥିବା ଏ ହେଉଛି ଦୁର୍ଘଟଣାର ଚିତ୍ର । ଗଂଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ସେହିପରି ଅନୁଗୁଳ ଟ୍ରାଫିକ୍ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଶା କର୍ମୀଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଜଳେଶ୍ୱର ଭୋଗରାଇରେ ଘନ କୁହୁଡ଼ି ଯୋଗୁଁ ଟ୍ରକକୁ ପଛପଟୁ ବାଇକ୍ ପିଟିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।