ଆପଣ ଜାଣିଛନ୍ତି କି ବିଛା ବିଷର ମୂଲ୍ୟ କେତେ ? ୭୬ କୋଟିରୁ ବି ଅଧିକ ଟଙ୍କାରେ ବିକ୍ରି ହୋଇପାରେ ବିଷ ।

67

ପୃଥୀବି ପୃଷ୍ଠରେ ଏପରି ଅନେକ ଜିନିଷ ରହିଛି ଯାହାର ମୂଲ୍ୟ ଆକଳନ କରିବା ସମ୍ଭବ ହୋଇନଥାଏ । ତେବେ ଆମେ ଏବେ ଆପଣଙ୍କୁ ଏପରି ଏକ ଦ୍ରବ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦୁନିଆର ସବୁଠାରୁ ମୂଲ୍ୟବାନ ଜିନିଷ ବୋଲି କୁହାଯାଉଛି । ପ୍ରକୃତରେ ସୋସିଆଲ ମିଡିଆ ସାଇଟରେ ବାୟାରାଲ ହୋଇଥିବା ଏକ ପୋଷ୍ଟ ଅନୁସାରେ ବିଛାର ବିଷ ଦୁନିଆର ସବୁଠାରୁ ମୂଲ୍ୟବାନ ଦ୍ରବ୍ୟ ପଦାର୍ଥ ଅଟେ । ଏହି ବିଷୟରେ ହାସିମ-ଅଲ-ଘାଲିଲ ନାମକ ଫେସବୁକରେ ଏହି ବାବଦରେ ଏକ ଭିଡିଓ ପୋଷ୍ଟ କରାଯାଇଛି ।

ଗୋଟେ ଲିଟର ବିଷର ମୂଲ୍ୟ ୭୬ କୋଟି

ସୋସିଆଲ ମିଡିଆରେ ପ୍ରକାସ ପାଇଥାବା ଭିଡିଓରେ କୁହାଯାଇଛି କି, ଏକ ଲିଟର ବିଛା ବିଷର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୭୫ କୋଟି ୮୬ ଲକ୍ଷ ୨୨ ହଜାର ୩୬୨ ଟଙ୍କା ବୋଲି କୁହାଯାଇଛି । ଏଥିରେ ଏହା ମଧ୍ୟ କୁହାଯାଇଛି କି, ବିଛାର ବିଷ ଥାଇଲାଣ୍ଡରେ ବିଶ୍ୱ ପ୍ରଶିଦ୍ଧ କିଙ୍ଗ କୋବ୍ରା ସାପର ବିଷ ଠାରୁ ବି ଅଧିକ ମହଙ୍ଗା । କିଙ୍ଗ କୋବ୍ରା ବିଷର ମୂଲ୍ୟ ୩୦ କୋଟି ୨୪ ଲକ୍ଷ ୫୪୦ ଟଙ୍କା ହୋଇଥିବା ବେଳେ ବିଛା ବିଷର ମୂଲ୍ୟ ପାଖାପାଖି ୮୦ ହଜାର ଟଙ୍କା ରହିଛି । କେବଳ ସେତିକି ନୁହେଁ, ଏହି ଭିଡିଓରେ ଏହା ମଧ୍ୟ କୁହାଯାଇଛି କି, ବିଛାର ବିଷରେ ଏପରି ଅନେକ ଉପକାରିତା ରହିଛି ଯାହାକୁ ଆଜିଯାଏ ଚିହ୍ନଟ କରାଯାଇପାରି ନାହିଁ । ଚିକିତ୍ସା କ୍ଷେତ୍ରରେ ବିଛାର ବିଷ ବେଶ ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଅନେକ ପ୍ରକାର ଔଷଧ ମଧ୍ୟ ତିଆରି କରାଯାଇ ବ୍ୟବହାର କରାଯାଉଛି ।

ମୂଳରୁ ନିପାତ ହୋଇପାରିବ କ୍ୟାନ୍ସର ଭଳି ସାଂଘାତିକ ରୋଗ

ଭିଡାଟକ୍ସ ନାମକ ଏକ ଔଷଧ ତିଆରି କରିବା ପାଇଁ ନୀଳ ରଙ୍ଗର ଏକ ବିଛାକୁ ବ୍ୟବହାର କାରାଯାଇଥାଏ । ଏହି ଔଷଧକୁ କ୍ୟୁବାର ଚମକ୍ରାରୀ ଔଷଧ କୁହାଯାଇଥାଏ । ଏହି ଔଷଧକୁ ନେଇ କୁହାଯାଉଛି କି, ଏହି ଔଷଧ କ୍ୟାନ୍ସର ଭଳି ସାଂଘାତିକ ରୋଗକୁ ବି ମୂଳରୁ ନିପାତ କରିପାରିବ । ଫେସବୁକରେ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ପ୍ରାୟ ୪୩ ମିଲିୟନ ଥର ଦେଖାଯାଇଛି । ଠିକ ସେହିଭଳି ୪ ଲକ୍ଷ ୪୭ ହଜାର ଲୋକ ଏହି ଭିଡିଓକୁ ସେୟାର ମଧ୍ୟ କରିଛନ୍ତି । ସବୁଠାରୁ ବଡ କଥା ହେଲା ହାସିମ-ଅଲ-ଘାଲିଲଙ୍କ ଦ୍ୱାରା ଖୋଲାଯାଇଥିବା ଏହି ପୋଜକୁ ଫେସବୁକରେ ପ୍ରାୟ ୨,୯୧,୪୫,୫୭୯ ଲୋକ ଫଲୋ କରୁଛନ୍ତି ।