ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ସ୍କର୍ପିଓ : ଆପତ୍ତିଜନକ ସାମଗ୍ରୀ ନେଇ ଯାଉଥିବା ସ୍କର୍ପିଓକୁ ଜାଳିଲେ ଦୁର୍ବୃତ୍ତ

337

କନକ ବ୍ୟୁରୋ : ଦେଓଗାଁ ରାସ୍ତାରେ ଜାଳିଦେଲେ ସ୍କର୍ପିଓ । ଗାଡିକୁ ଅଟକାଇ କିଛି ଯୁବକ ଜାଳି ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ଗାଡି ଭିତରେ ଆପତିଜନକ ସାମଗ୍ରୀ ଥିଲା । ଏହା ଜାଣିବା ପରେ ଯୁବକମାନେ ଗାଡିଟିକୁ ପୋଡି ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ଆଜି ଭୋର ସମୟରେ ଏକ ସ୍କର୍ପିଓରେ ଜଣେ ମହିଳାଙ୍କ ସମେତ ତିନି ଜଣ ଯୁବକ କିଛି ଆପତ୍ତିଜନକ ଜିନିଷ ନେଇ ଲାଠିକଟାରୁ ହେକେଟ ରୋଡ ଦେଇ ରାଉରକେଲା ଆଡ଼କୁ ଆସୁଥିଲେ l

ହେକେଟ ରୋଡ ନିକଟରେ କିଛି ଦୁର୍ବୃତ୍ତ ଗାଡିକୁ ଅଟକାଇ ଥିଲେ l ପରେ ଗାଡ଼ି ଭିତରୁ ତିନି ଜଣଙ୍କୁ ବାହାରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେl ବୋଝେଇ ହୋଇଥବା ଆପତ୍ତିଜନକ ଜିନିଷକୁ ଫିଙ୍ଗି ଦେଇ ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ l ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୃର୍ବରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା l