ବେଳାଭୂମିରେ ଭାସୁଛି ମଲା ମାଛ : ପୁରୀ ପେଣ୍ଠକଟା ସମୁଦ୍ର କୂଳରେ ଲାଗିଛନ୍ତି କୁଢ଼ କୁଢ଼ ମଲା ମାଛ; କ’ଣ ପାଇଁ ଏତେ ସଂଖ୍ୟାର ମାଛ ମଲେ କାରଣ ଅସ୍ପଷ୍ଟ

872

କନକ ବ୍ୟୁରୋ : ପୁରୀ ପେଣ୍ଠକଟା ଓ ଆଖପାଖ ଅଂଚଳରେ ହଜାର ହଜାର ସଂଖ୍ୟାର ସାମୁଦ୍ରିକ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଛି । କିଛି ସମୁଦ୍ରରେ ଭାସୁଥିବା ବେଳେ କିଛି ଭାସି ଆସି କୂଳରେ ଲାଗିଥିବା ଦେଖିବାକୁ ମିଳିଛି । କେଉଁ କାରଣରୁ ଏତେ ସଂଖ୍ୟା ମାଛ କୂଳରେ ମରି ଭାସୁଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ପେଣ୍ଠକଟା ପିଙ୍କ ହାଉସ୍ ହୋଟେଲ୍ ଠାରୁ ସଂସ୍କୃତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବେଳାଭୂମିରେ ହଜାର ହଜାର ସଂଖ୍ୟାରେ ମାଛ ମରି ପଡିଥିବା ଦେଖିବାକୁ ମିଳିଛି ।

ମତ୍ସ୍ୟଜୀବୀଙ୍କ କହିବାନୁଯାୟୀ, ବାତ୍ୟା ଆସିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ବାତ୍ୟାର ପ୍ରଭାବ ସେମାନେ ସହି ପାରନ୍ତି ନାହିଁ । ଫନି ବାତ୍ୟା ସମୟରେ ଏଭଳି ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।