କାଳ ହେଉଛି ଭୀଷଣ ଗ୍ରୀଷ୍ମ ପ୍ରବାହ, ୭୨ ଘଣ୍ଟାରେ ଗଲାଣି ୫୪ ଜୀବନ, ୪୦୦ରୁ ଅଧିକ ଅସୁସ୍ଥ

297

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବଲିୟାରେ ଉଚ୍ଚ ତାପମାତ୍ରା ଓ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୭୨ ଘଣ୍ଟାରେ ଗଲାଣି ୫୪ ଜୀବନ । ଅସୁସ୍ଥ ହୋଇପଡିବାରୁ ଏମାନଙ୍କୁ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । । ତେବେ ମୃତ୍ୟୁର ସଠିକ କାରଣ କ’ଣ ଜାଣିବାକୁ ଏକ ଡାକ୍ତରୀ ଟିମ୍ ବଲିୟା ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ପୁରା ଉତ୍ତରପ୍ରଦେଶରେ ଭୀଷଣ ଗରମ ଯୋଗୁଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୧୫, ୧୬ ଓ ୧୭ ତାରିଖରେ ଜ୍ୱର, ଶ୍ୱାସ ପ୍ରକ୍ରିୟାରେ ସମସ୍ୟାକୁ ନେଇ ଅନେକ ରୋଗୀ ବିିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ ୫୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଭୀଷଣ ଗରମ ଯୋଗୁଁ ଶ୍ୱାସ ସମସ୍ୟା ଥିବା ରୋଗୀ, ଡାଏବେଟିସ୍ ଓ ବ୍ଳଡ ପ୍ରେସର ଥିବା ରୋଗୀଙ୍କ ସମସ୍ୟା ବଢିଯାଏ । ତାପମାତ୍ରା ବଢିଲେ ଏମାନଙ୍କ ଶରୀର ଅସୁସ୍ଥ ହୋଇପଡିବାର ସମ୍ଭାବନା ବଢିଯାଏ । ଏହି କାରଣରୁ ସେମାନଙ୍କ ମୃତ୍ୟୁ ମଧ୍ୟ ହୋଇପାରେ ।
କେବଳ ଏତିକି ନୁହେଁ ମୃତ୍ୟୁ ସଂଖ୍ୟା ବଢିବାରେ ପରେ ରାଜ୍ୟ ସରକାର ଆଲର୍ଟ ମୋଡକୁ ଆସିଛନ୍ତି । ସବୁ ହସ୍ପିଟାଲର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ସେମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ହସ୍ପିଟାଲରେ ୪୦୦ରୁ ଅଧିକ ରୋଗୀ ଭର୍ତ୍ତି ହୋଇଛନ୍ତି । ଅଚାନକ୍ ଏତେ ମାତ୍ରାରେ ରୋଗୀ ସଂଖ୍ୟା ବଢିବଯିବାରୁ ମେଡିକାଲ ଗୁଡିକରେ ବେଡ୍ ସମସ୍ୟା ଦେଖାଯାଇଛି ।