କନକ ବ୍ୟୁରୋ : ଚଳିତ ବର୍ଷ ବଜେଟରେ ଭିତିଭୂମିର ବିକାଶ ଓ ସୁଦୃଢ଼ିକରଣ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଯୋଜନାରେ ରେଳ, ସଡକ, ଭଳି ୧୬ଟି ମନ୍ତ୍ରାଳୟକୁ ଡିଜିଟାଲ ପ୍ଲାଟଫର୍ମକୁ ଆଣି ବଡ ପ୍ରକଳ୍ପର ବିକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି ।

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି । ଯାହାର ମୂଳ ଉଦ୍ଦେଶ୍ୟ ଦେଶରେ ଯୋଗାଯୋଗର ଭିତିଭୂମିର ବିକାଶ ଓ ସୁଦୃଢୀକରଣ । ରେଳ, ସଡକ ସମେତ ୧୬ଟି ମନ୍ତ୍ରାଳୟକୁ ଗୋଟିଏ ଡିଜିଟାଲ ପ୍ଲାଟଫର୍ମକୁ ଅଣାଯାଇ ବଡ ପ୍ରକଳ୍ପ ପାଇଁ ସବୁ ମନ୍ତ୍ରାଳୟ ମଧ୍ୟରେ ସମନ୍ୱୟ ରଖାଯିବ ।

ବଜେଟରେ ଭିତିଭୂମି ବିକାଶକୁ ଗୁରୁତ୍ୱ । ‘ପିଏମ ଗତଶକ୍ତି ମାଷ୍ଟର ପ୍ଲାନ’ ଘୋଷଣା । କେନ୍ଦ୍ରୀୟ ବଜେଟ ୨୦୨୨-୨୩ରେ ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ ପାଇଁ ୧୦୭ ଲକ୍ଷ କୋଟି ବ୍ୟୟବରାଦ କରିଛନ୍ତି ମୋଦି ସରକାର । ଏହି ପ୍ରକଳ୍ପ ଅଧୀନରେ ସଡକ, ରେଳ ପଥ ଓ ଜଳ ପଥର ଭିତ୍ତିଭୂମୀ ନିର୍ମାଣ କରାଯିବା ସହ ଯୋଗାଯୋଗରେ ବଡ ଧରଣର ପରିବର୍ତନ ଅଣାଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି,

ଆର୍ଥିକ ବର୍ଷ ୨୦୨୨-୨୩ରେ ନିର୍ମାଣ ହେବ ୨୫,୦୦୦ କିମି ହାଇୱେ
ଜାତୀୟ ରାଜପଥ ସଂପ୍ରସାରଣ ବାବଦକୁ ୨୦,୦୦୦ କୋଟି ବ୍ୟୟବରାଦ
ଆଗାମୀ ୩ ବର୍ଷରେ ୧୦୦ ନୂଆ କାର୍ଗୋ ଟର୍ମିନାଲ ବିକଶିତ କରାଯିବ
୨୦୨୨-୨୩ରେ ୮ଟି ନୂଆ ରୋପ-ୱେ ପିପିପି ମୋଡରେ ନିର୍ମାଣ
ପିଏମ ଗତଶକ୍ତି ଯୋଜନାରେ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ
‘କବଚ୍’ ଯୋଜନାରେ ୨ ହଜାର କିମି ବିଶ୍ୱସ୍ତରୀୟ ରେଳପଥ ନିର୍ମାଣ
ଆଗାମୀ ୩ ବର୍ଷରେ ୧୦୦ ପ୍ରଧାନମନ୍ତ୍ରୀ ଶକ୍ତି କାର୍ଗୋ ଟର୍ମିନାଲ ନିର୍ମାଣ

ରେଳ ପଥ ଭିତ୍ତିଭୂମୀର ବିକାଶ ଉପରେ ଜୋର ଦେବା ସହ ଛୋଟ ବ୍ୟାପାରୀ ଓ ଚାଷୀଙ୍କୁ ଆଖିରେ ରଖି ଗମନାଗମନ ଓ ପରିବହନ ବ୍ୟବସ୍ଥାକୁ ସହଜ କରାଯିବ । ସ୍ଥାନୀୟ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ୱାନ ଷ୍ଟେସନ ୱାନ ପ୍ରଡକ୍ଟ, ଯୋଗାଣ ବ୍ୟବସ୍ଥାରେ ମଧ୍ୟ ସୁଧାର ଅଣାଯିବ । ଚଳିତ ଆର୍ଥିକ ବର୍ଷରେ ଫାଇଭ-ଜି ସେବା ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ୨୦୨୫ ସୁଦ୍ଧା ଦେଶର ସବୁ ଗାଁରେ ଅପ୍ଟିକାଲ ଫାଇବର ବିଛାଯିବ ଏବଂ ସମସ୍ତେ ଦ୍ରୁତ ଇଣ୍ଟରନେଟର ଲାଭ ଉଠାଇ ପାରିବେ ।

ନିର୍ମଳା ସୀତାରମଣ କହିଛନ୍ତି, ଗତିଶକ୍ତି ଯୋଜନାରେ ଘରୋଇ ପୁଞ୍ଜିନିବେଶ ବଢିବ । ଏୟାର ଇଣ୍ଡିଆ ବିମାନର ମାଲିକାନା ହସ୍ତାନ୍ତର ହୋଇସାରିଛି, ନୀଳାଚଳ ଇସ୍ପାତ ନିଗମ ଲିମିଟେଡର କ୍ରେତା ମଧ୍ୟ ଚୟନ ହୋଇସାରିଛି । ଉତ୍ପାଦନ ପ୍ରୋସାହିତ ଯୋଜନା ସମ୍ପର୍କିତ ୧୪ଟି କ୍ଷେତ୍ରରେ ପାଖାପାଖି ୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।