କନକ ବ୍ୟୁରୋ: ବ୍ରିଜ୍ ତଳକୁ ଖସିଲା ସ୍କୁଟି । ଘଟଣାସ୍ଥଳରେ ଚାଲିଗଲା ୩ ଜଣଙ୍କ ଜୀବନ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବୁଡାମାହା ବ୍ରିଜ୍ ନିକଟରେ ୧୦ ଫୁଟ ତଳକୁ ଖସିପଡ଼ିଲା ସ୍କୁଟି ।
ବିଳମ୍ବିତ ରାତିରେ ପବୁରିଆ ରାସ୍ତାରେ ରାଇକିଆ ଆସୁଥିବା ବେଳେ ସ୍କୁଟିଟି ଭାରସାମ୍ୟ ହରାଇ ଏକ ଖୁଣ୍ଟରେ ବାଡେଇ ହେବା ପରେ ବ୍ରିଜ୍ ତଳକୁ ଖସି ପଡ଼ିଥିଲା । ସ୍କୁଟିରେ ଥିବା ୩ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ବେରେଡାକିଆରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଡଲାବାଲିର ବୋଲି ଜଣାପଡ଼ିଛି । ଏମାନେ ହେଲେ ବସନ୍ତ ପଣ୍ଡା, ବ୍ରହ୍ମାନନ୍ଦ ଭୋଇ ଓ କୁସଲ ଦିଗାଲ । ସମସ୍ତେ ରାଇକିଆ ଅଂଚଳରେ ରହୁଥିବା ପୋଲିସ ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/5-10.jpg)