ଖଣ୍ଡଗିରି ମେଳାରେ ଆଉ ଏକ ଆକର୍ଷଣ ପାଲଟିଛନ୍ତି ସ୍କୁଟି ବାବା : ଗାଡି ଉପରେ ବସି ପ୍ରଭୁଙ୍କୁ କରୁଛନ୍ତି ଆରାଧନା

ସାରା ଓଡ଼ିଶା ବୁଲି ସନାତନ ଧର୍ମର କରୁଛନ୍ତି ପ୍ରଚାର

186

କନକ ବ୍ୟୁରୋ : ଖଣ୍ଡଗିରିରେ ଚାଲିଥିବା କୁମ୍ଭ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ସନ୍ନ୍ୟାସୀମାନଙ୍କର ସମାଗମ ହୋଇଛି । ବିଭିନ୍ନ ପ୍ରକାରର ବାବା ଏହି ମେଳାକୁ ଆସିଛନ୍ତି । ଯେମିତି ଭସ୍ମ ବାବା, ଧୂଳିଆ ବାବା, ରୁଦ୍ରାକ୍ଷ ବାବା, ଷ୍ଟାଣ୍ଡିଙ୍ଗ ବାବା, ଇଂଜିନିୟରିଂ ବାବା, ସମସ୍ତ ଧ୍ୱନି ଲଗାଇ ଅଲୌକିକ ଶକ୍ତିର ସନ୍ଧାନ କରୁଛନ୍ତି । କିନ୍ତୁ ମେଳାର ଆକର୍ଷଣ ସାଜିଛନ୍ତି ସ୍କୁଟି ବାବା । ତାଙ୍କ ନାମ ହେଉଛି ଲକ୍ଷ୍ମୀଧର ସାହୁ ।

ସ୍କୁଟିରେ ସାରା ଓଡ଼ିଶା ବୁଲି ସନାତନ ଧର୍ମର ପ୍ରଚାର କରୁଛନ୍ତି ବାବା । ୪୫ ବର୍ଷ ଧରି ସନାତନ ଧର୍ମର ପ୍ରଚାର ପ୍ରସାର କରୁଛନ୍ତି ବାବା । ସେ ଘଂଟା ଘଂଟା ସ୍କୁଟିରେ ବସି ସାଧନା କରିନ୍ତି । ତାଙ୍କର ଯୁକ୍ତି ଯିଏ ଯେଉଁଠି ଅଛନ୍ତି ସେଠାରେ ରହି ସାଧନା କରିହେବ । ବିଶ୍ୱ ଏବଂ ସଂସାରର ମଙ୍ଗଳ ପାଇଁ ସେ ଏଭଳି ସାଧନା କରୁଥିବା କହିଛନ୍ତି ।