ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ୨ମୃତ, ୧ ଗୁରୁତର

466

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଚାରିଛକ-ହରଭଙ୍ଗା ପୂର୍ତ୍ତ ରାସ୍ତାରେ ବୁଧବାର ଅପରାହ୍ନରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ଜଣେ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ଦନାୟକ(୨୧) ଏବଂ ଅନ୍ୟଜଣେ ହେଲେ ତଳଗାଁ ପଞ୍ଚାୟତ ଗଣ୍ଡିସର ଗ୍ରାମର ସାନୁ ନାୟକ(୨୩)। ଗୁରୁତର ଆହତ ଜଣକ ହେଲେ ଅଜିତ ଭୋକ୍ତା(୨୦) ବୋଲି ଜଣାପଡିଛି।

ଦୁର୍ଘଟଣା ଖବର ପାଇ ଚାରିଛକ ସ୍ଥିତ ଦମକଳ ବାହିନୀ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲ ରେ ଭର୍ତ୍ତି କରିଥିଲେ।ଡାକ୍ତର ସେମାନଙ୍କୁ ପରୀକ୍ଷା କରି ପ୍ରଶାନ୍ତ ଓ ସାନୁକୁ ମୃତ ଘୋଷଣା କରିବା ସହ ଅଜିତ ଭୋକ୍ତାଙ୍କୁ ବୌଦ୍ଧ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ହରଭଙ୍ଗା ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଓ ସ୍କୁଟିକୁ ଜବତ କରିବା ସହିତ ମୃତଦେହକୁ ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଛି।