ସ୍କୁଲ ପାଚେରି ଭୁଶୁଡି ଚୁରମାର ହେଲା ଏକାଧିକ ଗାଡି; ଅଳ୍ପକେ ବର୍ତ୍ତିଲା ଅନେକ ଜୀବନ

ସ୍କୁଲ ପାଚେରି ଭୁଶୁଡି ଚୁରମାର ହେଲା ଏକାଧିକ ଗାଡି; ଅଳ୍ପକେ ବର୍ତ୍ତିଲା ଅନେକ ଜୀବନ

କନକ ବ୍ୟୁରୋ: ଅସରାଏ ବର୍ଷାରେ ଭୁଶୁଡ଼ି ପଡ଼ିଲା ସ୍କୁଲ କାନ୍ଥ । ଅକଳ୍ପକେ ବର୍ତ୍ତିଗଲା  ଅନେକ ଜୀବନ । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ୟୁନିଟ-୯ ମହାରାଜା ହଲ ପଛ ପଟେ ଥିବା ଏକ ଘରୋଇ ସ୍କୁଲର ପାଚେରି ଭୁଶୁଡ଼ି ଗୋଟିଏ ଘର ଓ ଦୁଇଟି ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ତେବେ ଘରେ ଥିବା ଲୋକେ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ଦୀର୍ଘ ଦିନରୁ ଏହି ବିପଦଶଙ୍କୁଳ ଅବସ୍ଥାରେ ଥିବା ଘରେ ଚାଲିଥିଲା ପିଲାଙ୍କ ଶିକ୍ଷାଦାନ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଚେରୀର ମରାମତି କରାଯାଉ ନଥିଲା । ଏବେ ଅସରାଏ ବର୍ଷାରେ ଏହା ଭାଙ୍ଗି ପଡ଼ିଛି । ସ୍କୁଲ ବନ୍ଦ ଥିବା ସମୟରେ ଦୁର୍ଘଟଣା ଘଟିଥିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି ଅନେକ କଅଁଳ ଶିଶୁଙ୍କ ଜୀବନ ।

ଏଠି ପ୍ରଶ୍ନ ଉଠୁଛି କାହିଁକି ଶିଶୁଙ୍କ ଜୀବନ ସହ ଖେଳ ଖେଳାଯାଉଛି ? ବାରମ୍ବାର ଅଭିଯୋଗ ପରେ ବି କାହିଁକି ବିପଦଶଙ୍କୁଳ ଅବସ୍ଥାରେ ପିଲାଙ୍କୁ ପାଠପଢ଼ା ଯାଉଥିଲା ? ଏଭଳି ସ୍କୁଲକୁ କିଏ ଦେଇଥିଲା ଅନୁମତି ? କୌଣସି ଜୀବନ ଯାଇଥିଲେ କିଏ ହୋଇଥାନ୍ତି ଉତ୍ତରଦାୟୀ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe