ଶହେ ବର୍ଷ ବଞ୍ଚିବା ପଛର ରାଜ କଣ? ଗବେଷଣାରୁ ସାମ୍ନାକୁ ଆସିଲା ଚମକାଇ ଦେଲାଭଳି ତଥ୍ୟ।

294

କନକ ବ୍ୟୁରୋ: ଗବେଷଣାରୁ ଜଣାପଡିଛି ଯେ କେମିତି ଜଣେ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚିପାରିବ । ଗବେଷକମାନଙ୍କ ହିସାବରେ ଏହିଭଳି ସମ୍ଭବ ହୋଇଥାଏ । ୧୦୦ ବର୍ଷରୁ ଅଧିକ ୭ ଜଣଙ୍କୁ ନେଇ ହୋଇଥିବା ଗବେଷଣାରେ ସେମାନଙ୍କ ଡିଏନଏକୁ ଅନୁଧ୍ୟାନ କରାଯାଇଥିଲା । ଅଧ୍ୟୟନରେ ଗବେଷକମାନେ ଗୋଟିଏ କଥା ଦେଖିବାକୁ ପାଇଥିଲେ ଯେ ସମସ୍ତଙ୍କ ଇମ୍ୟୁନୋ ସେଲ ସମାନ ରହିଛି ।

ଯେଉଁମାନଙ୍କ ଉପରେ ଗବେଷଣା କରାଯାଇଛି ସେମାନେ ଅନେକ ଭୂତାଣୁ ସହ ଲଢେଇ କରିଥିଲେ । ବୋଷ୍ଟନର ଟଫ୍ଟସ ବିଶ୍ୱବିଦ୍ୟାଳୟର ବାୟୋଷ୍ଟାଟିଷ୍ଟିଆନ ପାଓଲୋ ସେବାଷ୍ଟିଆନ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆମେ ଜାଣିଛୁ ଯେ ଶହେ ବର୍ଷ ପୂରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସୁରକ୍ଷାତ୍ମକ କାରକ ରହିଛି । ଯାହା ସ୍ପାନିସ ଫ୍ଲୁ ଏବଂ କୋଭିଡଠାରୁ ରକ୍ଷା କରିଥାଏ । ଏହି ଅଧ୍ୟୟନ ପ୍ରକ୍ରିୟାରେ ବୋଷ୍ଟନ ବିଶ୍ୱବିଦ୍ୟାଳୟର ଗବେଷକ ସାମିଲ ରହିଥିଲେ ।

ଗବେଷଣାରେ ୧୦୦ରୁ ୧୧୯ ବର୍ଷ ମଧ୍ୟରେ ଥିବା ସାତ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ସମସ୍ତଙ୍କର ରକ୍ତ ନମୁନାକୁ ପରୀକ୍ଷା କରାଯାଇଥିଲା । ଦଳର ସଦସ୍ୟ ରକ୍ତରୁ ଏହାର ପ୍ରତିରକ୍ଷା ପ୍ରଣାଳୀକୁ ଅଲଗା କରିଦେଇଥିଲେ । ପେରିଫରଲ ବ୍ଲଡ ମନୋନ୍ୟୁକ୍ଲିୟର ସେଲ ଯାହା ଏକ ପ୍ରକାର ଇମ୍ୟୁନୋ ସେଲ, ଏହା ହାଡରେ ଥାଏ । ଗବେଷକ ଏହାର ତୁଳନା ଛୋଟ ଛୋଟ ନମୁନା ସହ କରିଥିଲେ । ଏହି ଦୁଇଟି ନମୁନାରୁ ନା ଏମାନେ ସ୍ୱୟଂ ଭାବେ ଅତ୍ୟଧିକ ଦୀର୍ଘାୟୁ ଥିଲେ ନା ପରିବାରର ଇତିହାସରେ କେହି ୧୦୦ ବର୍ଷ ବଞ୍ଚିପାରିଥିଲେ ।

ଶହେ ବର୍ଷ ବଞ୍ଚୁଥିବା ମିଶ୍ରିତ ଇମ୍ୟୁନୋ ସେଲରେ ନାଟକୀୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସିଡି ୪+ ଟି ସେଲର ତୁଳନାରେ ଅଧିକ ବି ସେଲ ଏହା ଦେଖାଇଥାଏ ଯେ ଏହାର ଇମ୍ୟୁନୋ ସିଷ୍ଟମ କେତେ ମଜବୁତ ଥାଏ । ଏହା ମଧ୍ୟ ଦେଖାଇଥାଏ ଯେ ଏହି ସେଲ ଗୁଡିକ ଇମ୍ୟୁନୋ ସିଷ୍ଟମକୁ ପ୍ରାକୃତିକ ଏବଂ ପରିବେଶ ସମ୍ପନ୍ଧୀୟ ସଂକ୍ରମଣ ସହ ଲଢେଇ କରିବାର ଦଶକ ଦଶକର କଠିନ ଅନୁଭବ ରହିଛି ।

ରିସର୍ଚ୍ଚରୁ ନିଷ୍କର୍ଷ ଏହା ବାହରିଥିଲା ଯେ ଯେଉଁ ବ୍ୟକ୍ତି ଶହେ ବର୍ଷ ବଞ୍ଚିଥାନ୍ତି ସେମାନଙ୍କ ପାଖରେ ଅଦ୍ୱିତୀୟ, ଅତ୍ୟଧିକ କାର୍ଯ୍ୟାତ୍ମକ ଇମ୍ୟୁନୋ ସିଷ୍ଟମ ରହିଥାଏ । ତେବେ ବୈଜ୍ଞାନିକ ଏବେ ଯାଏ ନିଶ୍ଚିତ ଭାବେ ଏହା କହିପାରିନାହାନ୍ତି ଯେ ଏହାର ପରିଣାମ ଅଧିକ ଲମ୍ବା ସମୟ ପ୍ରତି ବଂଶାନୁଗତ ପ୍ରବୃତ୍ତି ଦେଖାଇଥାଏ ନା ନାହିଁ ।