ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମିଳିଲା ବଡ ସଫଳତା : ଆବିଷ୍କାର ହେଲା ମାନବ ଶରୀରର ନୂଆ ଅଙ୍ଗ

76

ମାନବ ଶରୀରରେ କେତୋଟି ଅଙ୍ଗ ଥାଏ । ବୋଧେ ଆମେ ଅଧିକାଂଶର ନାମ ଜାଣିନଥିବା, କିନ୍ତୁ ଏବେ ବୈଜ୍ଞାନିକମାନେ ଦାବି କରିଛନ୍ତି କି, ସେମାନେ ମାନବ ଶରୀରରେ ନୂଆ ଅଙ୍ଗର ଆବିଷ୍କାର କରିଛନ୍ତି । ଏହାକୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବଡ ସଫଳତା ଭାବେ ଗଣା ଯାଉଛି । ବୈଜ୍ଞାନିକଙ୍କୁ ଆଶା ଅଛି ଯେ ଏହି ନୂତନ ଅଙ୍ଗ ଦ୍ୱାରା ମାନବ ଶରୀରରେ କ୍ୟାନସର କେମିତି ସୃଷ୍ଟି ହୁଏ, ତାହା ସହଜରେ ଜଣାପଡିବ । ଏହା ମାନବ ଶରୀରର ସବୁଠାରୁ ମହତ୍ୱପୂର୍ଣ୍ଣ ଅଂଶ ମଧ୍ୟରୁ ଗୋଟିଏ ଏବଂ ଏହା ସମସ୍ତଙ୍କ ଶରୀରରେ ଅଛି । ବୈଜ୍ଞାନିକଙ୍କ ମୁତାବକ, ଆମ ଶରୀରରେ ଚର୍ମ ତଳେ ଏକ ଆବରଣ ଥାଏ । ଏହାକୁ ଟିସୁ ବୋଲି କୁହାଯାଏ । ଏହି ଟିସୁ ଭିତରେ ତରଳ ପଦାର୍ଥରେ ଭର୍ତ୍ତି କକ୍ଷ ଥାଏ । ବୈଜ୍ଞାନିକ ମାନେ ଏହାକୁ ‘ଇଣ୍ଟରଷ୍ଟିସିୟମ’ ନାମ ଦେଇଛନ୍ତି । ‘ଇଣ୍ଟରଷ୍ଟିସିୟମ’ କେବଳ ଚର୍ମରେ ହିଁ ନଥାଏ , ବରଂ ଅନ୍ତନଳୀ, ଫୁସଫୁସ, ରକ୍ତ ନଳୀ ଏବଂ ମାଂସପେଶୀର ତଳେ ଥାଏ । ଏହା ବହୁତ ନମନୀୟ । ଏହା ଭିତରେ ପ୍ରୋଟିନର ମୋଟା ସ୍ତର ଥାଏ । ବୈଜ୍ଞାନିକଙ୍କ ହିସାବରେ ‘ଇଣ୍ଟରଷ୍ଟିସିୟମ’ ଶରୀରର ଟିସୁର ଉଦ୍ଧାର କାମ କରେ ।

ଏହାର ଆବିଷ୍କାର କେମିତି ହେଲା : ମଣିଷ ଶରୀରରେ କ୍ୟାନସର କେମିତି ବ୍ୟାପେ । ଏହା ପାଇଁ ଡାକ୍ତରମାନେ ପିତ୍ତାଶୟର ଯାଂଚ କଲେ । ଏହି ଯାଂଚ ସମୟରେ ବୈଜ୍ଞାନିକଙ୍କ ନଜର ଏକ ବିଶେଷ ପ୍ରକାର ଟିସୁ ଉପରେ ପଡିଲା । ସେମାନେ ଏହାକୁ ‘ଇଣ୍ଟରଷ୍ଟିସିୟମ’ ନାମ ଦେଲେ । ଏହା ଏକ ବଡ ଅଙ୍ଗ ମଧ୍ୟରୁ ଗୋଟିଏ । ଏହି ଟିସୁର ଆବିଷ୍କାର ପରେ ବୈଜ୍ଞାନିକଙ୍କୁ ନୂଆ ଟେଷ୍ଟ ବିକସିତ କରିବାରେ ସାହାଯ୍ୟ ମିଳିବ ।