ପାତାଳକୁ ନେଇ ବୈଜ୍ଞାନିକଙ୍କ ଚକିତ କରିଦେବା ଭଳି ଖୁଲାସା, ପାତାଳକୁ ରହିଛି ଏଇଠି ରାସ୍ତା

214

କନକ ବ୍ୟୁରୋ : ସାରା ବିଶ୍ୱର ବୈଜ୍ଞାନିକମାନେ ମହାକାଶକୁ ନେଇ ଅନୁସନ୍ଧାନ ଜାରୀ ରଖିଛନ୍ତି ସେହି ତୁଳନାରେ ପାତାଳକୁ ନେଇ ଅନୁସନ୍ଧାନ ହେଉନଥିବା ଭଳି ମନେ ହୋଇଥାଏ । ତେଣୁ ପାତାଳକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ଅନ୍ଧ ବିଶ୍ୱାସ ଭରି ରହିଛି । ଏସବୁକୁ ଦୂର କରିବାକୁ ବୈଜ୍ଞାନିକମାନେ ଏକ ବଡ ଖୁଲାସା କରିଛନ୍ତି । ଏହି ଖୁଲାସା ବାବଦରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବୈଜ୍ଞାନିକମାନେ ଦାବି କରିଛନ୍ତି କି ସେମାନେ ପାତାଳକୁ ଥିବା ରାସ୍ତାର ସନ୍ଧାନ କରିଛନ୍ତି ।

ଦୀର୍ଘବର୍ଷ ଧରି ସାଧାରଣ ଲୋକଙ୍କ ମନରେ ଗୋଟିଏ ଧାରଣା ରହିଛି କି ପୃଥିବୀର ମଧ୍ୟକେନ୍ଦ୍ରରେ ଏକ ଲୁହା ଗୋଲକ ଓ ଏହା ବାହାରେ ଏକ ତରଳ କୋର ରହିଛି । କିଛିଦିନ ତଳେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଅଭ୍ୟନ୍ତରୀଣ କୋର ସମ୍ପୂର୍ଣ୍ଣ ଭାବେ ଠିକ୍ ନୁହେଁ । ବୈଜ୍ଞାନିକମାନଙ୍କ ମତରେ ଏହି ଗୋଲା କିଛି ସ୍ଥାନରେ ନରମ ଓ ତରଳ ଧାତୁ ଭଳି ରହିଛି ।

ଇଂଲଣ୍ଡରେ ୟୁନିଭରସିଟି ଅଫ୍ ବ୍ରିଷ୍ଟଲର ବୈଜ୍ଞାନିକ ଜେସିକା ଇରାବିଙ୍ଗ ପାତାଳ ବାବଦରେ ଅନେକ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ପୃଥିବୀର ଅଭ୍ୟନ୍ତରୀଣ କୋର ବାବଦରେ ଯେତେ ଅନୁସନ୍ଧାନ କରାଯାଉଛି ତ ନୂଆ ନୂଆ ସୂଚନା ମିଳିବାରେ ଲାଗିଛି ।

ଏବେ ବୈଜ୍ଞାନିକଙ୍କ ଅନୁସନ୍ଧାନରେ ପୃଥିବୀର ଇନର କୋର ବାବଦରେ ଅନେକ ଖୁଲାସା କରାଯାଇଛି । ବୈଜ୍ଞାନିକମାନଙ୍କ ମତରେ କୌଣସି ବୋରିଙ୍ଗରେ ଲୌହ ଗୋଲା ଥିବାର କିଛି ପ୍ରମାଣ ନାହିଁ । ସେମାନେ କହିଛନ୍ତି କି ପୃଥିବୀର କେନ୍ଦ୍ରରେ ପୂରା ନୂଆ ଦୁନିଆ ଦେଖିବାକୁ ମିଳିଛି । ସେମାନଙ୍କ ମତରେ ଜୁଲ୍ସ ବର୍ନେଙ୍କ ୧୯୮୪ ରେ ‘ଜର୍ନି ଟୁ ଦି ସେଣ୍ଟର ଅଫ୍ ଆର୍ଥ’ ଲେଖିବା ପରେ ଏବେ ଦୁନିଆ ଏକ ବଡ ରହସ୍ୟ ହୋଇ ନାହିଁ ।

ରେଟ୍ ବଟଲରଙ୍କୁ ମୁତାବକ ବୈଜ୍ଞାନିକମାନେ ପୃଥିବୀକୁ ଆସିଥିବା ବଡ ଭୂକମ୍ପର ତରଙ୍ଗକୁ ୫ ଟି ଭିନ୍ନ ଭିନ୍ନ ସ୍ଥାନରେ ମାପିଥିଲେ । ଏହାସହ ଭୂକମ୍ପ ଦ୍ୱାରା ସୃଷ୍ଟି ହେଉଥିବା ଭୂୁଗର୍ଭୀୟ ତରଙ୍ଗର ଯାଂଚ କରାଯାଇଥିଲା । ଏହି ଯାଂଚରୁ ଜଣାପଡିଥିଲା କି ଏହି ତରଙ୍ଗ ପୃଥିବୀର କୋର ପର୍ଯ୍ୟନ୍ତ ପ୍ରଥମେ ପହଂଚିଥାଏ ଓ ପରେ ଏହି ସାରା ବିଶ୍ୱକୁ ବ୍ୟାପିଥାଏ ।

ଏହି ଅନୁସନ୍ଧାନ ପରେ ସ୍ପଷ୍ଟ ହୋଇଛି କି ଇନର କୋର ଭିତରେ କଠିନ, ନରମ ଓ ତରଳ ତିନି ପ୍ରକାର ଧାତୁ ରହିଛି । ଶହ ଶହ ବର୍ଷ ପରେ ଏହା ଜଣାପଡିଛି କି ଏହା ଏକ ଭିନ୍ନ ପ୍ରକାରର ଦୁନିଆ ।