ବୈଜ୍ଞାନିକଙ୍କ ଦୃଢ଼ୋକ୍ତି, ମଙ୍ଗଳ ଗ୍ରହରେ ପୂର୍ବରୁ ବସବାସ କରୁଥିଲେ ମଣିଷ ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

44

ମଙ୍ଗଳ ଗ୍ରହରେ ମଣିଷମାନେ ବଞ୍ଚିପାରିବେ କି ନାହିଁ ଏନେଇ ନାସା ପକ୍ଷରୁ ଅନେକ ଥର ପରୀକ୍ଷା କରାଯାଇଛି । ଏପରିକି ଏବେ ସେହିଭଳି ଅନୁସନ୍ଧାନରେ ଲାଗି ପଡିଛନ୍ତି ବିଭିନ୍ନ ଦେଶର ବୈଜ୍ଞାନିକ ବିଶେଷଜ୍ଞ ଦଳ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର ନାସା ମଙ୍ଗଳ ଗ୍ରହରେ ମଣିଷ ଜୀବନକୁ ନେଇ ମଧ୍ୟ ଅନେକଥର ରୋଚକ ତଥ୍ୟ ସମ୍ନାକୁ ଆଣିଛି । ହେଲେ ବ୍ରିଟେନ ଇମ୍ପିରିୟଲ ୟୁନିଭର୍ସିଟି ଗବେଷକମାନେ ମଙ୍ଗଳ ଗ୍ରହରେ କୋଟି କୋଟି ବର୍ଷ ପୂର୍ବେ ଜୀବଜନ୍ତୁ ଥିବାନେଇ ଦୃଢ଼ୋକ୍ତି କରିଛନ୍ତି । କାରଣ ଗବେଷକଙ୍କୁ ମଙ୍ଗଳ ଗ୍ରହରେ ଫ୍ୟାଟି ଏସିଡର କିଛି ଅଂଶ ଥିବା ଜଣାପଡିଛି । ଯାହାକି ପୃଥିବୀ ପୃଷ୍ଠରେ ଥିବା ଜୀବଜନ୍ତୁ ଯଥା- ଘୁଷୁରୀ, ବତକ ଭଳି ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଅଙ୍ଗରେ ଏହି ଖାସ୍ ପଦାର୍ଥର ଅଂଶ ଦେଖିବାକୁ ମଳିଥାଏ । ତେଣୁ ଗବେଷକମାନେ ଦୃଢ଼ୋକ୍ତି କରିଛନ୍ତି ଯେ ମଙ୍ଗଳ ଗ୍ରହରେ ପୂର୍ବରୁ ଜୀବଜନ୍ତୁ ବସବାସ କରୁଥିଲେ । କେବଳ ଏତିକି ନୁହେଁ ମଙ୍ଗଳ ଗ୍ରହରେ କାର୍ବନିକ ପଦାର୍ଥର ପରିପୂର୍ଣ୍ଣ ଥିବା ୧୨ହଜାର ବିଶାଳ ହ୍ରଦ ଠାବ କରାଯାଇଛି । ଯାହାକି ଗବେଷକମାନଙ୍କ ବିଶ୍ୱାସକୁ ଅଧିକ ଦୃଢ଼ କରିଦେଇଛି ଯେ ଲୌହଗ୍ରହ କୁହାଯାଉଥିବା ମଙ୍ଗଳ ଗ୍ରହରେ ଜୀବଜନ୍ତୁଙ୍କ ଅବସ୍ଥିତି ଥିଲା । ବ୍ରିଟେନ ଇମ୍ପିରିୟଲ ୟୁନିଭର୍ସିଟି ଗବେଷକମାନେ ଏହି ପଦାର୍ଥର ନମୁନାକୁ ନେଇ ଗବେଷଣା କରୁଥିବା ସମୟରେ ଆଉ ଏକ ତଥ୍ୟ ଖୋଜି ବାହାର କରିଛନ୍ତି । ମଙ୍ଗଳ ଗ୍ରହରେ ପୂର୍ବେ ଜଳ ଭଣ୍ଡାର ଥିଲା । ବ୍ରିଟେନ ଇମ୍ପିରିୟଲ ୟୁନିଭର୍ସିଟି ଅଧ୍ୟକ୍ଷ ମାର୍କ ସେଫଟନଙ୍କ କହିବା ଅନୁଯାୟୀ ଯଦି ମଙ୍ଗଳ ଗ୍ରହରେ ପୂର୍ବେ ଜଳ ଭଣ୍ଡାର ଥିଲା ତାହାଲେ ଏହା ସଙ୍କେତ ଦେଉଛି ଯେ ଆମ୍ଭେମାନେ ଯାହା ଭାବୁଛେ ତାହା ସତ୍ୟରେ ପରିଣତ ହେବାକୁ ଯାଉଛି । ମଙ୍ଗଳ ଗ୍ରହରେ ଜୀବଜନ୍ତୁଙ୍କ ଅବସ୍ଥିତି ହେବାର ସଂକେତ ମିଳୁଛି ।