କନକ ବ୍ୟୁରୋ: ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ ପଛରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ବିଷୟରେ ଆମେ କମ୍ ଆଲୋଚନା କରିଥାଉ । କିନ୍ତୁ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠା ପାଇଁ ଦେଶ ଆଜି ଗର୍ବିତ ହୋଇଛି । ସେମିତି ଜଣେ ବୈଜ୍ଞାନିକ ହେଉଛନ୍ତି, ଏଲ ୱାନର ପ୍ରୋଜେକ୍ଟ ଡାଇରେକ୍ଟର ନିଗାର ସାଜି । ଯିଏ ଜଣେ ସାଧାରଣ କୃଷକ ପରିବାରରୁ ଆସି ଆଦିତ୍ୟ ଏଲ-ୱାନର ନେତୃତ୍ୱ ନେଉଥିଲେ ।

Advertisment

ତେବେ ଦୀର୍ଘଦିନର ପରିଶ୍ରମ ଯେବେ ସଫଳତାର ରାସ୍ତାର ଚାଲିବା ଆରମ୍ଭ କରେ ସେହି ସମୟରେ ଆଖି ଭିଜିଯାଏ, କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ । ସେପ୍ଟେମ୍ବର ୨ ତାରିଖରେ ଭାରତର ଆରମ୍ଭ କରିଛି ସୂର୍ଯ୍ୟ ଅଭିଯାନ । ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିଛି ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଯାଇଛି ପିଏସଏଲଭି-ଏକ୍ସଏଲ ରକେଟ୍ । କିଭଳି ଥିଲା ମିସନ ପଛର ପରିଶ୍ରମ? କ’ଣ ରହିଛି ମିସନକୁ ନେଇ ସ୍ୱପ୍ନ?ଏସବୁ କଥା କହୁ କହୁ ଭାବବିହ୍ୱଳ ହୋଇପଡିଥିଲେ ଆଦିତ୍ୟ ଏଲୱାନ୍ ପ୍ରୋଜେକ୍ଟ ଡିରେକ୍ଟର ନିଗାର ସାଜି

ନିଗାର ସାଜି: ମିସନ ସୂର୍ଯ୍ୟ ପଛର ମହିଳା ଶକ୍ତି

  • ‘ଆଦିତ୍ୟ ଏଲ-୧’ର ପ୍ରୋଜେକ୍ଟର ଡିରେକ୍ଟର ନିଗାର ସାଜି
  • ତାମିଲନାଡ଼ୁ ତନକାଶୀ ଜିଲ୍ଲାର ସେଗୋଂଟାଇ ସହରରେ ଜନ୍ମିତ
  • ନିଗାର ସାଜିଙ୍କ ବାପା ଜଣେ କୃଷକ ଓ ମା ଗୃହିଣୀ
  • ସରକାରୀ ବିଦ୍ୟାଳୟ ଓ କଲେଜରେ ଅଧ୍ୟୟନ କରିଥିଲେ
  • ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟରେ ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗରେ ଇଂଜିନିୟର ଡିଗ୍ରୀ ହାସଲ କରିଥିଲେ
  • ରାଞ୍ଚିର ବିଆଇଟିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ
  • ୧୯୮୭ ମସିହାରେ ଇସ୍ରୋରେ ଯୋଗ ଦେଇଥିଲେ
  • ପରେ ବେଙ୍ଗାଲୁରୁର ୟୁଆର ରାଓ ସାଟେଲାଇଟ ସେଂଟରକୁ ସ୍ଥାନାନ୍ତର ହୋଇଥିଲେ
  • ଦୀର୍ଘଦିନ ଧରି ବରିଷ୍ଠ ବୈଜ୍ଞାନିକଭାବେ ବିଭିନ୍ନ ପ୍ରୋଜେକ୍ଟରେ କାମ କରିବା ପରେ ‘ଆଦିତ୍ୟ ଏଲ-୧’ର ତାଙ୍କୁ ଦାୟିତ୍ୱ ମିଳିଥିଲା

ଆଦିତ୍ୟ ଏଲ ୱାନର ସଫଳତାକୁ ନେଇ ନିଗାର କହିଛନ୍ତି, ଏହା ତାଙ୍କର ଅନ୍ୟତମ ଡ୍ରିମ ପ୍ରୋଜେକ୍ଟ ଥିଲା । ପ୍ରତିସ୍ତରରେ ଚ୍ୟାଲେଞ୍ଜ ରୁହେ କିନ୍ତୁ କୌଣସି କାମ ଅସମ୍ଭବ ନୁହେଁ ।କୌଣସି କାମ ଆରମ୍ଭ କରିବା ପୂର୍ବରୁ ମଜବୁତ ଲକ୍ଷ୍ୟ ଚୟନ କରିବା ଜରୁରୀ । ବିଶ୍ୱାସର କାମ କଲେ ସଫଳତା ନିଶ୍ଚୟ ମିଳେ ।

ସୂଚନାଯୋଗ୍ୟ ଯେ, ନିଗାର ସାଜିଙ୍କ ସ୍ୱାମୀ ଦୁବାଇରେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରୁଥିବାଳେ ନିଗାର ଦୁଇଟ ସନ୍ତାନଙ୍କ ମା । ଭାରତୀୟ ରିମୋଟ ସେନ୍ସିଂ, ଯୋଗାଯୋଗା ଓ ପ୍ଲାନେଟୋରି ଉପଗ୍ରହ ଡିଜାଇନ କରିବା ସହ ନ୍ୟାସନାଲ ରିସୋର୍ସ ମନିଟରି ଏବଂ ପରିଚାଳନା ପାଇଁ କାମ କରିଛନ୍ତି ।