କେରଳ ପରେ କର୍ଣ୍ଣାଟକ ! ତାମିଲନାଡୁରେ ବି ବନ୍ୟା ଭୟ, ବୈଜ୍ଞାନିକ ଦେଲେ ଚେତାବନି ।

କେରଳ ପରେ କର୍ଣ୍ଣାଟକ ! ତାମିଲନାଡୁରେ ବି ବନ୍ୟା ଭୟ, ବୈଜ୍ଞାନିକ ଦେଲେ ଚେତାବନି ।

www.wishesh.com

ଗତ କିଛି ଦିନ ହେବ କେରଳରେ ଆସିଥିଲା ଭୟଙ୍କର ବନ୍ୟା । ଏହି ବନ୍ୟାରେ କେରଳର ଅନେକ ଧନ ଜୀବନ ନଷ୍ଟ ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛିନ୍ତି । ଏବେ ବି ଲୋକଙ୍କ ପରିସ୍ଥିତି ଠିକ ଭାବରେ ସୁଦୁରୁ ପାରି ନାହିଁ ।

ଗତ ରବିବାରଠାରୁ ବର୍ଷା ଥମି ଯାଇଛି। ଜନଜୀବନ ଧୀରେଧୀରେ ସାମନ୍ୟ ହେବାରେ ଲାଗିଛି କିନ୍ତୁ କେରଳରେ ଏବେ ବି ବିପଦ ରହିଛି। କେରଳରେ ବର୍ଷା ସାଙ୍ଗକୁ ବନ୍ୟା ତାଣ୍ଡବ ରଚିବା ପରେ ଏବେ କର୍ଣ୍ଣାଟକ, ତାମିଲନାଡୁରେ ଏଭଳି ପରିସ୍ଥିତି ହେବାର ଆଶଙ୍କା କରାଯାଉଛି ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।

publive-image

ବୈଜ୍ଞାନିକମାନେ ଚେତାବନୀ ଜାରି କରି କହିଛନ୍ତି, ଆଗାମୀ ଦିନରେ ଉତ୍ତର ଗୋଲାର୍ଦ୍ଧର ପାଗରେ ବହୁ ଭୟାବହ ରୂପ ଦେଖିବାକୁ ମିଳିପାରେ। ମନୁଷ୍ୟ ଦ୍ୱାରା ପ୍ରସ୍ତୁତ ଗ୍ରୀନ୍ହାଉସ୍ ଗ୍ୟାସର ଉତ୍ସ ପୂର୍ବକୁ ବୋହିବାରେ ଲାଗିଛି। ଫଳରେଏ ହା ପବନରେ ବାଧା ଉତ୍ପନ୍ନ କରୁଛି। ଏହି କାରଣରୁ ଉତ୍ତାପ ଅଧିକ ବଢ଼ିବାରେ ଲାଗିଛି। ବର୍ଷା ବି ସମୟଠାରୁ ଅଧିକ ହେଉଛି। ଗ୍ରୀନ୍ ହାଉସ୍ ଗ୍ୟାସ କାରଣରୁ ଗ୍ଲୋବାଲ ଓ୍ଵାରମିଂ ପ୍ରକୃତିର ନିୟମକୁ ନଷ୍ଟ କରି ଦେଉଛି। ଫଳରେ ପାଣିପାଗରେ ଆସିଥିବା ପରିବର୍ତ୍ତନ ହେତୁ ଆଗମୀ ଦିନରେ ଗରମ ଓ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe