ସମ୍ବଲପୁର ୟୁନିଭର୍ସିଟିରେ ଗାନ୍ଧୀଙ୍କ ପ୍ରତିମୂର୍ତି ଭଙ୍ଗା ଘଟଣା : ସାଇଟିଂପିକ୍ ଟିମ୍ ସହ ତଦନ୍ତ ଆରମ୍ଭ କଲା ପୁଲିସ

Advertisment
ସମ୍ବଲପୁର ୟୁନିଭର୍ସିଟିରେ ଗାନ୍ଧୀଙ୍କ ପ୍ରତିମୂର୍ତି ଭଙ୍ଗା ଘଟଣା : ସାଇଟିଂପିକ୍ ଟିମ୍ ସହ ତଦନ୍ତ ଆରମ୍ଭ କଲା ପୁଲିସ

ସମ୍ବଲପୁର:ସମ୍ବଲପୁର ୟୁନିଭର୍ସିଟିରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତି ଭଂଗା ଘଟଣାର ଅନୁସନ୍ଧାନ ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ । ସାଇଟିଂପିକ୍ ଟିମ୍କୁ ନେଇ ଘଟଣାସ୍ଥଳ ପରିଦର୍ଶନ କରିଛି କରିଛି ପୁଲିସ । ସେପଟେ ଏନେଇ ସମ୍ବଲପୁର ଏସପିଙ୍କ କହିବା କଥା,  ନବନିର୍ମାଣ ହୋଇଥିବା ହେତୁ ମୂର୍ତିଟି ଭାଙ୍ଗିଯାଇଛି । ତେବେ ଉନ୍ମୋଚନ ଦିନକ ପରେ ଗତକାଲି କଲେଜ୍ ପରିସରରେ ପ୍ରତିମୂର୍ତିଟି ଭାଙ୍ଗି ଥିବାର ନଜର ଆସିଥିଲା । ଯାହାକୁ ନେଇ ଉତେଜନା ପ୍ରକାଶ ପାଇବା ସହ ବୁର୍ଲା ନଗର କଂଗ୍ରେସ କର୍ମୀ ଗାନ୍ଧୀ ପ୍ରତିମୂର୍ତି ଏବଂ  ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe