କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦରକୁ ପୋଲିସ ଏନକାଉଂଟର କରିଥିବା ସିମୁଳିଆର ଘଟଣା ସ୍ଥଳରେ ପହଂଚିଛି ସାଇଂଟିଫିକ ଟିମ୍ । ଛାନଭିନ ବେଳେ ଘଟଣା ସ୍ଥଳରୁ ମିଳଛି ୨ଟି ଖୋକା । ଅର୍ଥାତ ଗୁଳି ଫୁଟିବା ପରେ ଏହାର ଖୋଳ ଘଟଣା ସ୍ଥଳରେ ପଡ଼ିଥିଲା ।
ତେବେ ଆଉ କିଛି ଖୋକା ପଡ଼ିଛି କି ନାହିଁ ସେନେଇ ଛାନଭିନ କରୁଛି ସାଇଂଟିଫିକ ୍ଟିମ୍ । ଘଟଣା ସ୍ଥଳରେ ଏସଡିପିଓଙ୍କ ସହ ସାଇଂଟିଫିକ ଟିମ ପହଂଚି ଜୋରଦାର ତଲାସି ଚଳାଇଛନ୍ତି । ଗତକାଲି ଠିକ୍ ଏହି ସ୍ଥାନରେ କୁଖ୍ୟାଦ ଗ୍ୟାଙ୍ଗଷ୍ଟରକୁ ପୋଲିସ ଏନକାଉଣ୍ଟର କରିଥିଲା । ଆଜି ହାଇଦରର ଶବ ବ୍ୟବଚ୍ଛେଦ ହେବ । ଶବ ବ୍ୟବଛେଦ ସରିବା ପରେ ପରିବାର ସଦଶ୍ୟଙ୍କୁ ହାଇଦରର ମୃତ ଶରୀର ହସ୍ତାନ୍ତର କରାଯାଇପାରେ ।
ସିମୁଳିଆ ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ ଟିମର ଛାନଭିନ । ଘଟଣା ସ୍ଥଳରୁ ମିଳିଲା ୨ଟି ଖୋକା
/kanak/media/post_attachments/wp-content/uploads/2021/07/12-25.jpg)