କପି କରି ଧରାପଡିବା ପରେ ଆତ୍ମହତ୍ୟା କଲେ ବିଜ୍ଞାନ ଛାତ୍ର । ବ୍ରହ୍ମପୁର ଅଙ୍କୁଲି ସ୍ଥିତ ଘରୁ ମିଳିଲା ମୃତଦେହ ।

373

କନକ ବ୍ୟୁରୋ: କପି କରି ଧରାପଡିବା ପରେ +୨ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ବ୍ରହ୍ମପୁରରୁ ଆସିଛି ଏହି ଅଭାବନୀୟ ଖବର । ଅଭିଯୋଗ ଅନୁସାରେ ବ୍ରହ୍ମପୁରର ଦେବାଶିଷ ସେଠୀ ନାମକ ଯୁକ୍ତ ୨ ଛାତ୍ର ଗତକାଲି ଫିଜିକ୍ସ ପରୀକ୍ଷା ଦେବା ବେଳେ କପି କରି ଧରାପଡିଥିଲେ । ତା ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସେହିପରି ଆଜି ଇଂରାଜୀ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଙ୍କ ଆତ୍ମହତ୍ୟା । ଧାମନଗର ଯାହାଙ୍ଗୀରରେ ମାଟ୍ରିକ ଛାତ୍ର ଅଭିଷେକ ପଣ୍ଡା ନାମକ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମାଉସୀ ଘରେ ରହି ସେ ପାଠ ପଢୁଥିଲେ । ଦୁଇ ଦିନ ତଳେ ସାହିତ୍ୟ ପରୀକ୍ଷା ଦେଇଥିଲେ । କିନ୍ତୁ ଇଂରାଜୀ ପରୀକ୍ଷା ବେଳକୁ ସେ କାହିଁକି ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । ଏବେ ମଉସା ଘର ଲୋକେ ସ୍ଥାନୀୟ ଥାନାକୁ ଖବର ଦେବା ପରେ ପୋଲିସ ପହଂଚି ଶବ ଜବତ କରିଛି । ପାଠପଢା ଜନିତ ଚାପ ନା ଅନ୍ୟ କୌଣସି କାରଣ ପାଇଁ ଛାତ୍ର ଜଣଙ୍କ ଜୀବନ ହାରିଲେ ତାହା ଏବେ ତଦନ୍ତ ସାପେକ୍ଷ । ଅଭିଷେକଙ୍କ ଘର ମୟୂରଭଞ୍ଜ ।