କନକ ବ୍ୟୁରୋ: ପୁଣି ଥରେ ମାଟ୍ରିକ୍ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ । ଆଜି ମାଟ୍ରିକ୍ ବିଜ୍ଞାନ ପରୀକ୍ଷା ଥିବା ବେଳେ ପୁଣି ଥରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲିବା ଅଭିଯୋଗ ହୋଇଛି । କେନ୍ଦୁଝରରୁ ଏପରି ଅଭିଯୋଗ ସାମ୍ନାକୁ ଆସିଛି । ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ଏହି ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲିଥିଲା । ତେବେ ଏହା ପ୍ରକୃତ ପ୍ରଶ୍ନପତ୍ର ଥିଲା କି ନାହିଁ, ଜଣାପଡ଼ି ନାହିଁ । ପୂର୍ବରୁ ଇଂରାଜୀ ଓ ଗଣିତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ହେଲେ ଏହାକୁ ବୋର୍ଡ ଖଣ୍ଡନ କରିଥିଲା ।
ପୁଣି ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ସୋସିଆଲ ମିଡିଆରେ ଘୁରିବୁଲୁଛି ପ୍ରଶ୍ନପତ୍ର । କେନ୍ଦୁଝରରୁ ଆସିଲା ଅଭିଯୋଗ ।
/kanak/media/post_attachments/wp-content/uploads/2024/03/q.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)