କନକ ବ୍ୟୁରୋ :  ଅସ୍ତରଙ୍ଗ ବ୍ଲକ ହାଇସ୍କୁଲ ପଡିଆରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଅସ୍ତରଙ୍ଗ ବ୍ଲକ ସହକାରୀ ଶିକ୍ଷାଅଧିକାରୀ ଏହି  କାର୍ଯ୍ୟକ୍ରମକୁ  ଉଦ୍ଘାଟନ କରିଛନ୍ତି, ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୨୦ଟି ପ୍ରୋଜେକ୍ଟ ସ୍ଥାନ ପାଇଛି, ୧୦୯ ଟି ପ୍ରାଇମେରୀ ବିଦ୍ୟାଳୟ ଥିବା ବେଳେ  ୨୨ ଟି ହାଇସ୍କୁଲ ସାମିଲ ହୋଇଛନ୍ତି, କୁନି କୁନି ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାର ଗଣିତ ଓ ବିଜ୍ଞାନ ର ପ୍ରୋଜେକ୍ଟ କରିଥିଲେ, ଜଳବାୟୁ, ମୂର୍ତ୍ତିକା ସରଂକ୍ଷଣ, ପରିବେଶ ପ୍ରଦୂଷଣ, ସ୍ୱାସ୍ଥ୍ୟ, ଗମନାଗମନ, ଟ୍ରାଫିକ କଣ୍ଟ୍ରୋଲ,ଏହି ଭଳି ବିଭିନ୍ନ ପ୍ରକଳ୍ପ ଉପରେ ଆଧାରିତ ବିଜ୍ଞାନର ଜ୍ଞାନ କୌଶଳକୁ ଦର୍ଶାଇଥିଲେ ଅସ୍ତରଙ୍ଗ ବ୍ଲକର ଅନେକ ଛାତ୍ରଛାତ୍ରୀ, କିନ୍ତୁ ଏହି ପ୍ରକଳ୍ପ ଭିତରେ "ଦ୍ୱିତୀୟ ମନ ତୃତୀୟ  ନୟନ " ଏକ ପ୍ରକଳ୍ପ କୁ ପାଟଓଲଦା ହାଇସ୍କୁଲର ଛାତ୍ର ଓମ ପ୍ରକାଶ ନାୟକ ଆଣିଥିଲେ, ଯେଉଁ ପ୍ରକଳ୍ପକୁ ଦେଖିବାକୁ ଶତାଧିକ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମାଗମ ହୋଇଥିଲା, ଏହି ପ୍ରକଳ୍ପ ଟି ଥିଲା ଗୋଟେ ସେନ୍ସର ହେଲମେଟ୍, ଏଥିରେ ସେନ୍ସର ମାଧ୍ୟମରେ କିପରି ଗୋଟେ ଲୋକ ବାଇକରେ ନିଜ ଜୀବନକୁ ସୁରକ୍ଷିତ କରିପାରିବ ତାହା ଉପରେ କୁନି ବୈଜ୍ଞାନିକ ପରିବେଷଣ କରିଥିଲେ, ଏଥିରେ କୋଡିଏ ଏମପି ମୋବାଇଲ, ସିସି ଟିଭି, ନିଶାସେବନ ବଜର୍ର, ହାର୍ଡଡିସ୍କ, ଆଖି ସେନ୍ସର, ବେଟାରୀ, ସ୍ପିକର, ଫିଙ୍ଗରପ୍ରିଣ୍ଟ ସେନ୍ସର ସବୁ ଯନ୍ତ୍ର ଲଗାଯାଇଛି, ଯଦି ବାଇକ ଆରୋହୀକୁ କେଉଁ ଗାଡି ଦୃତଗତିରେ ଦୁର୍ଘଟଣା କରିବ, ତାହେଲେ ସିସିଟିଭିରେ ତାର ରେକର୍ଡ ରହିବ ଯାହା ପୋଲିସକୁ ତଦନ୍ତରେ ସାହାଯ୍ୟ କରିପାରିବ, ଯଦି ଯେଉଁ ବ୍ୟକ୍ତି ନିଶାରେ ଗାଡି ନେଉଥିବ ତାହେଲେ ତାର ବଜର୍ର ବାଜି ତାକୁ ସଚେତନ କରାଇ ପାରିବ, ମୋଟାମୋଟି ଭାବରେ ଏହି ବିଜ୍ଞାନ ପ୍ରକଳ୍ପଟି ସବୁ ଦର୍ଶକଙ୍କ ମନ ମୋହିଥିଲା ।  ଏହି କୁନି ବୈଜ୍ଞାନିକ ସରକାରଙ୍କୁ ଏଭଳି ହେଲମେଟ୍ ପ୍ରସ୍ତୁତି କରି ବାଇକ ଆରୋହୀ ଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି, ସେହିପରି କାକଟପୁର ରେ ବିଜ୍ଞାନ ମେଳାରେ ସରଳ କୃଷି ପଦ୍ଧତି ପ୍ରକଳ୍ପଟି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି.

Advertisment