କନକ ବ୍ୟୁରୋ : ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ସ୍କୁଲ ଛୁଟି ଘୋଷଣା । ଜଗତସିଂହପୁର ୩ଟି ବ୍ଲକ, ଭଦ୍ରକର ୪ଟି ବ୍ଲକରେ ଆଜି ବନ୍ଦ ରହିବ ସମସ୍ତ ବିଦ୍ୟାଳୟ । ଭଦଅ୍ରକର ୩ଟି ବ୍ଲକ ହେଉଛି ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗର ୨୫ ସ୍କୁଲ ଛୁଟି । ସେହିପରି ଭଦ୍ରକର ତିହିଡ଼ି, ଚାନ୍ଦବାଲି, ଧାମନଗର, ଭଣ୍ଡାରୀପୋଖରୀ ବ୍ଲରେ ଥିବା ସମସ୍ତ ବ୍ଲକ ଛୁଟି ଘୋଷଣା କରାଯାଇଛି । ବନ୍ୟା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ।

Advertisment

ସେପଟେ, ଧାମନଗର ବ୍ଲକ୍‌ର ୨୬ଟି ପଞ୍ଚାୟତରେ ୮୦ରୁ ଅଧିକ ଗାଁ ବନ୍ୟାଘେରରେ ରହିଛି । ୮୦ଟି ଅସ୍ଥାୟୀ ଓ ୫ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଛି । ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ଗ୍ରାମର ସୁଜୟ ଦାସଙ୍କ ୮ ବର୍ଷର ପୁଅ ଆକାଶ ବନ୍ୟାଜଳରେ ଭାସି ଯାଇଥିଲେ । ସଂଧ୍ୟା ପର୍ଯ୍ୟନ୍ତ ଓଡ୍ରାଫ୍‌ ଟିମ୍‌ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ।

ଆନନ୍ଦପୁର-ଖଡ଼ିପଦା, ଧାମନଗର-ସେଣ୍ଡପୁର, ପଧାନୀ-ଭଗତପୁର, ସେଣ୍ଡପୁର-ଦୋବଲ, ଧାମନଗର-ଫଳପୁର, ଅର୍ଜୁନପୁର-ବାଲିପାଟଣା, ହସନାବାଦ-ଧୂଷୁରୀ, ଆମ୍ବିଳିଗାଁ-ଗୁଡୁପୋଖରୀ ଓ କୋଠାର-ଧୂଷୁରୀ ରାସ୍ତାରେ ଅଣ୍ଟେ ଉଚ୍ଚର ପାଣି ଚାଲିଥିବାରୁ ଯାତାୟାତ ପୂରା ଠପ୍ ହୋଇଯାଇଛି ।

ଭଣ୍ଡାରିପୋଖରୀ ବ୍ଲକ୍‌ର ବନ୍ଦାଳ-ମଢିଆଳି ଓ ଭଣ୍ତାରିପୋଖର-ମଣିନାଥପୁର ରାସ୍ତା ଉପରେ ୩ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେବା ଫଳରେ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ବ୍ଲକ୍‌ର ଷୋଳମପୁର, ମାଳଦା, ରହଣିଆ, କୋରିଗାଁ, ନପଙ୍ଗ, ବନ୍ଦାଳୋ, ମଢିଆଳି, ଝୁଟୁଣା ଆଦି ୭ଟି ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।