ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ : ସ୍ୱାଭିମାନ ଅଂଚଳରେ ଚାଲିଛି ପ୍ରସ୍ତୁତି; ସ୍କୁଲକୁ ସାନିଟାଇଜ୍ କରୁଛନ୍ତି ଶିକ୍ଷକ

114

କନକ ବ୍ୟୁରୋ : ସ୍କୁଲ ଖୋଲିବା ଆଗରୁ ସୁନ୍ଦରଗଡ ଜିଲ୍ଲାରେ ଜୋରସୋରରେ ଚାଲଛି ସ୍କୁଲ ଗୁଡିକର ସାନିଟାଇଜେସନ୍ କାମ । ସହର ପରି ଗ୍ରାମାଂଚଳରେ ଥିବା ସ୍କୁଲ ଗୁଡିକୁ ମଧ୍ୟ ସଫେଇ ସହିତ ବିଶୋଧନ କାମ ଚାଲିଛି । ଶ୍ରେଣୀଗୃହ ଠାରୁ ଆରମ୍ଭ କରି ରୋଷେଇ ଘର, ହ ଷ୍ଟେଲ ସବୁର ସଫେଇ କାମ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଛି । କୋଭିଡ ନିୟମକୁ କଡାକଡି ପାଳନ କରାଯିବା ସହିତ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଚି ।

ସେପଟେ, ସ୍କୁଲ ଖୋଲିବାକୁ ନେଇ ସ୍ୱାଭିମାନ ଅଂଚଳରେ ଚାଲିଛି ପ୍ରସ୍ତୁତି । ସ୍ୱାଭିମାନ ଅଂଚଳର ବଡପୋଡାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟକୁ ସାନିଟାଇଜ କରୁଛନ୍ତି ଶିକ୍ଷକ । ଯେଉଁ ପିଲାମାନେ ହଷ୍ଟେଲରେ ରହିବେ ସେମାନଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା କରାଯାଇଛି ।