କରୋନା କଟକଣା ଭିତରେ ଶ୍ରେଣୀଗୃହରେ ବସି ପାଠପଢିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ : ସ୍କୁଲ ନଆସୁଥିବା ପିଲାଙ୍କ ପାଇଁ ଜାରି ରହିବ ଅନଲାଇନ୍ ପାଠପଢା

80

କନକ ବ୍ୟୁରୋ : କରୋନା କଟକଣା ଭିତରେ ଆଜିଠାରୁ ଖୋଲିଲା ସ୍କୁଲ, ଆସିଲେ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ସିଧାସଳଖ ପାଠପଢା ଆରମ୍ଭ ହୋଇଛି । ସରକାର ଜାରି କରିଥିବା ମାର୍ଗଦର୍ଶିକା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢ଼ାଯିବାର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସେହିପରି, ସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି । ସକାଳ ୧୦ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା ହେବ । ଏହା ପୂର୍ବରୁ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ ସ୍କୁଲ କର୍ତ୍ତୃପକ୍ଷ । ଏବଂ ଯେଉଁମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ପଠାଇବେ ସେମାନଙ୍କୁ ଏକ ସ୍ୱୀକୃତି ପତ୍ର ଦେବାକୁ କୁହାଯାଇଛି । ଏହି ସମୟରେ ଯଦି ସବୁ କିଛି ଠିକଠାକ୍ ଚାଲେ ତେବେ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଯୋଜନା କରୁଛି ଗଣଶିକ୍ଷା ବିଭାଗ ।

ସେପଟେ ସମ୍ବଲପୁର ଜିଲ୍ଲାରେ ମଧ୍ୟ କରୋନା କଟକଣା ଭିତରେ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଛି । ପିଲାଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ବସାଇ ପାଠପଢା ଯାଉଛି । କେବଳେ ଶ୍ରେଣୀ ଗୃହରେ ସାମାଜିକ ଦୂରତା ରକ୍ଷା କରିଛନ୍ତି ତା’ନୁହେଁ, ପ୍ରାର୍ଥନା ମଧ୍ୟ କରାଯାଇଛି । ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଳ୍ପ କିଛି ଛାତ୍ରଛାତ୍ରୀମାନେ ମାଇକ୍ ଯୋଗେ ପ୍ରାର୍ଥନା କରିଥିବା ବେଳେ ଶ୍ରେଣୀଗୃହରେ ଥାଇ ଛାତ୍ରଛାତ୍ରୀ ପ୍ରାର୍ଥନାରେ ସାମିଲ ହୋଇଛନ୍ତି ।

କରୋନା ମହାମାରୀର ଦ୍ୱିତୀୟ ଲହରୀ ଆସିବ । ପରେ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟକୁ ବନ୍ଦ କରିଦେଇଥିଲେ । ପରେ ଅନଲାଇନରେ କ୍ଲାସ ହୋଇଥିଲା । କିନ୍ତୁ ତାହା ସତପ୍ରତିଶତ ସଫଳ ହୋଇନଥିଲା ।