ରାଜ୍ୟରେ ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ସ୍କୁଲ । ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ 

2,011

କନକ ବ୍ୟୁରୋ : ରାଜ୍ୟରେ ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ସ୍କୁଲ ସବୁ ସ୍କୁଲ । ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ପରୀକ୍ଷା ଓ ମୂଲ୍ୟାଙ୍କନ କାମ ଜାରି ରହିବ । ଏହାସହ ଅନଲାଇନ କ୍ଲାସ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲକୁ ଡକାଯାଇପାରେ । ଆନ୍ଧ୍ର ପ୍ରଦେଶରେ ସ୍କୁଲରେ କରୋନା ବ୍ୟାପିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ମାତ୍ର ୩ ଦିନରେ ଛାତ୍ର ଓ ଶିକ୍ଷକ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥିଲେ । ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରେ ୨୬୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୬୦ ଶିକ୍ଷକ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ।

ପୂର୍ବରୁ ରାଜ୍ୟରେ ନଭେମ୍ବର ୧୬ରେ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଥିଲେ । ଏନେଇ ସବୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଥିଲା । ହେଲେ ପଡୋଶୀ ରାଜ୍ୟରୁ ଏଭଳି ଖବର ଆସିବା ପରେ ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର ।