କରୋନା କାଳରେ ଏହି ଦେଶରେ ଖୋଲିଲା ସ୍କୁଲ୍ : ସାମାଜିକ ଦୂରତା ଭିତରେ ଚାଲିଛି ପାଠପଢା । ସଂକ୍ରମଣକୁ ରୋକିବା ପାଇଁ ଲାଗିଛି ପ୍ଲାଷ୍ଟିକ୍ ସ୍କ୍ରିନ୍ , ସାମାଜିକ ଦୂରତାର ସର୍କଲରେ ପିଲା ପଢୁଛନ୍ତି ପାଠ  

1,199

କରୋନା ଭୁତାଣୁରେ ଏକପ୍ରକାର ସନ୍ତୁଳି ଯାଇଛି ପୁରା ବିଶ୍ୱ । ଲୋକ ଘରୁ ବାହାରିବାକୁ ଡ଼ରୁଛନ୍ତି । ଶିକ୍ଷାନୁଷ୍ଠାନ , କାର୍ଯ୍ୟାଳୟ , ସପିଂମଲ୍ ସବୁ ଯେମିତି ଠପ୍ ହୋଇପଡ଼ିଛି । ଅନଲାଇନ୍ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ବଳକା ପାଠ ପଢୁଛନ୍ତି କିନ୍ତୁ ଏଥିରେ ବି ଅନେକ ଅସୁବିଧା ଦେଖିôବାକୁ ମିଳୁଛି । କେଉଁଠି ନେଟୱାର୍କ ଅସୁବିଧା କାରଣରୁ କିଏ ପାଠ ପଢିପାରୁନାହିଁ ତ ଆଉ କେଉଁଠି ସ୍ମାର୍ଟଫୋନ୍ ଏବଂ ଲାପଟପ୍ ଅଭାବ ପାଠପଢା ବାଧା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଅନେକ ଦେଶରେ ସ୍କୁଲ , କଲେଜ୍ ଦ୍ୱାର ବନ୍ଦ ଅଛି ଏବଂ ଏହା କେବେ ଖୋଲିବ ଏହାକୁ ନେଇ ମଧ୍ୟ ଦ୍ୱନ୍ଦ ଉପୁଜିଛି । ଏହାରି ଭିତରେ ଥାଇଲ୍ୟାଣ୍ଡରେ ଖୋଲିଛି ସ୍କୁଲ୍ ।  

 

କରୋନା ଭିତରେ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ର ୱାଟ୍ ଖଲୋଙ୍ଗ୍ ଟୋଏ ସ୍କୁଲରେ ଦେଖିବାକୁ ମିଳିଛି କିଛି ଏଭଳି । ମାର୍ଚ୍ଚ ପରେ ବନ୍ଦ ହୋଇଥିବା ସ୍କୁଲ୍ ଏବେ ଖୋଲିଛି । ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏବେ ଚାଲିଛି ଏହି ସ୍କୁଲ୍ । ସ୍କୁଲର ଭିତର ଦୃଶ୍ୟ ଖୁବ୍ ପରିଷ୍କାର ପରିଚ୍ଛନ୍ନ ଥିବା ବେଳେ ପିଲାଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଏବଂ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ସଂକ୍ରମଣ ଦୂରେଇବା ପାଇଁ ପିଲାଙ୍କୁ ପ୍ଲାଷ୍ଟିକ୍ ସ୍କ୍ରିନ୍ ଭିତରେ ଶିକ୍ଷାଦାନ ଦିଆଯାଉଛି । ସ୍କୁଲରେ ପହଁଚିବା ପୂର୍ବରୁ ଏବଂ ଘରକୁ ଫେରିବା ସମୟରେ ପ୍ରତିଦିନ ପିଲାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ପିଲାଙ୍କ ଖେଳକୁଦ ପାଇଁ ମଧ୍ୟ ଅଲଗା ସ୍ପେଶ୍ ପ୍ରସ୍ତୁତ କରାଯାଇଛି , ଯାହା ଭିତରେ ବସି ସେମାନେ ଆରାମରେ ଖେଳିପାରିବେ । ଶ୍ରେଣୀକକ୍ଷରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଇଛି ।

Comments are closed.