କନକ ବ୍ୟୁରୋ : ଖୋଲିଛି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ । ଅଷ୍ଟମରୁ ଉପର ଶ୍ରେଣୀ ଖୋଲିଯାଇଛି । ପିଲା ବହି ବସ୍ତାନୀ ଧରି ସ୍କୁଲ ଆସୁଛନ୍ତି । କୋଭିଡ କଟକଣା ମଧ୍ୟରେ ଖୋଲିଥିବାରୁ ସ୍କୁଲ କଲେଜ ପରିସରକୁ ସଫା କରାଯିବା ସହ  ସାନିଟାଇଜ କରାଯାଇଛିା ଆସବାବପତ୍ର ସଜଡାଯିବା ସହ ସାମାଜିକ ଦୂରତା ରଖି ବସିବା ପାଇଁ ଛାତ୍ରଛାତ୍ରୀଙ୍କ ଡେସ୍କବେଂଚକୁ ସୁବ୍ୟବସ୍ଥିତ କରାଯାଇଛି । କୋଭିଡର ତୃତୀୟ ଲହରକୁ ଦେଖି  ଜାନୁଆରୀ ୧୦ରୁ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା ।

Advertisment

ଏବେ ପ୍ରାୟ ଏକମାସ ବ୍ୟବଧାନ ପରେ ସ୍କୁଲ କଲେଜ ଖୋଲିବାରୁ ଛାତ୍ର ଓ ଅଭିଭାବକ ମନରେ ଉକ୍ରଣ୍ଠା ପ୍ରକାଶ ପାଇଛି । ତେବେ ସ୍କୁଲ ଖୋଲୁଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଚାହିଁରେ ଅନଲାଇନରେ ବି କ୍ଲାସ କରିପାରିବେ । ନବମ ଶ୍ରେଣୀ ଯାଏଁ ପରୀକ୍ଷା ଓ ଏକାଦଶରୁ ଦ୍ୱାଦଶ ଶ୍ରେଣୀ ପଦୋନ୍ନତି ପାଇଁ କ୍ଲାସ ଆସେସମେଂଟ କରାଯିବ । କୋଭିଡ ସଂକ୍ରମଣ କମିବା ପରେ ହାଇସ୍କୁଲ ଓ ଉଚ୍ଚଶିକ୍ଷାନୁଷ୍ଠାନ ଆଜିଠାରୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ସେହିଭଳି କେଜି ସପ୍ତମ ଶ୍ରେଣୀ ଫେବୃଆରୀ ୧୪ ତାରିଖ ଅର୍ଥାତ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ।