ଆଜିଠାରୁ ସ୍କୁଲରେ ପାଠପଢ଼ା ବନ୍ଦ : ସବିଶେଷ ଗାଇଡଲାଇନ ଜାରି କରି ନାହିଁ ଗଣଶିକ୍ଷା ବିଭାଗ; ସ୍କୁଲ ଆସିବେ କି ନାହିଁ ଦ୍ୱନ୍ଦ୍ୱରେ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ

277

କନକ ବ୍ୟୁରୋ : ଆଜିଠାରୁ ସ୍କୁଲରେ ପାଠ ପଢ଼ା ବନ୍ଦ । କ୍ଲାସ ହେବନି କି ପିଲା ଆସିବେନି । କରୋନା ସଂକ୍ରମଣ ଯୋଗୁଁ ଏପ୍ରିଲ ୧୯ରୁ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ଏସଆରସି ନିର୍ଦ୍ଦେଶାଳବଳୀରେ ସ୍ପଷ୍ଟ କରିଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ଆସିବେ କି ନାହିଁ ସେ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ । ଶିକ୍ଷାନୁଷ୍ଠାନ ସମ୍ପର୍କରେ ସବିଶେଷ ଗାଇଡଲାଇନ ସମ୍ପୃକ୍ତ ବିଭାଗ ଜାରି କରିବ ବୋଲି ଏସଆରସି ସ୍ପଷ୍ଟ କରିଥିଲେ । ଯାହାକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭା ସ୍ୱତନ୍ତ୍ର ଗାଇଡ୍ଲାଇନ ଜାରି କରିସାରିଛି ।

ତେବେ ସ୍କୁଲ ସମ୍ପର୍କରେ ନିଷ୍ପତି ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ବିଭାଗ କୌଣସି ସ୍ପଷ୍ଟ କରିନାହିଁ । ଯେଉଁଥିରେ ରାଜ୍ୟର ଲକ୍ଷାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତିି । କରୋନା କାଳରେ କିଭଳି ଭାବେ ସ୍କୂୁଲ କାର୍ଯ୍ୟ ଚାଲିବ, ତାହାକୁ ନେଇ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ସିଆରସିସି, ପ୍ରଧାନଶିକ୍ଷକମାନେ ଚିନ୍ତାରେ ପଡ଼ିଛନ୍ତି ।

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ତୃପକ୍ଷ କ’ଣ କରିବେ ଜାଣି ପାରୁ ନାହାନ୍ତି । ଦୀର୍ଘ ୩ ମାସ ହେଲା ସେମାନେ ବିଦ୍ୟାଳୟକୁ ଆସୁଥିଲେ ମଧ୍ୟ ପିଲା ଆସୁ ନାହାନ୍ତି । ଅନଲାଇନାଇ ଯାହା ଯେମିତି କ୍ଲାସ ଚାଲିଛି । ବେଳେବେଳେ ପିଲାଙ୍କ ଘରକୁ ଯାଇ ପାଠପଢ଼ା କଥା ବୁଝୁଛନ୍ତି । ନଚେତ  ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ରହୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ।