କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଶିକ୍ଷାନୁଷ୍ଠାନରେ ଖୋଲିବ ତାଲା । ଆରମ୍ଭ ହେବ ଶ୍ରେଣୀ ଗୃହ ପାଠପଢା । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଆସନ୍ତା ୭ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବ । ସେହିପରି ୧୪ ତାରିଖରୁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି ।

Advertisment

ଶିକ୍ଷାନୁଷ୍ଠାନ ବ୍ୟତୀତ ଜିମ, ସ୍ପା, ସୁଇମିଂ ପୁଲ ମଧ୍ୟ କଟକଣା ଭିତରେ ଖୋଲାଯିବ । ସେହିପରି ନାଇଟ କର୍ଫ୍ୟୁ ରାତି ୯ ବଦଳରେ ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରହିବ । ଏହା ସହ କାରରେ ଏକଟୁଆ ଯାଉଥିଲେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଶତପ୍ରତିଶତ କ୍ଷମତାରେ ଚାଲିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଧିରେ ଧିରେ କଟକଣା କୋହଳ କରୁଛନ୍ତି ଦିଲ୍ଲୀ ସରକାର ।