ବିଧାନସଭାରେ ଶିକ୍ଷା ବ୍ୟବସ୍ଥା ସଂସ୍କାର ଆଣିବାରେ ଆଲୋଚନା: ସରକାରୀ ଦଳର ମୁଖ୍ୟ ସଚେତକ କହିଲେ ସ୍କୁଲ ବନ୍ଦ କରାଯାଇ ନାହିଁ ମିଶ୍ରଣ କରାଯାଇଛି

ସେପଟେ ନିଷ୍ପତି ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଚେତାବନୀ ଦେଲେ ବିରୋଧୀ ଦଳ ଉପନେତା

218

କନକ ବ୍ୟୁରୋ: ବିଧାନସଭାରେ ସ୍କୁଲ ବନ୍ଦ ନେଇ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସରକାରୀ ଦଳର ମୁଖ୍ୟ ସଚେତକ କହିଛନ୍ତି, ସ୍କୁଲକୁ ବନ୍ଦ କରାଯାଇନାହିଁ । ମିଶ୍ରଣ କରାଯାଇଛି । ଶିକ୍ଷାରୁ ବଂଚିତ ପାଇଁ ସରକାର ବ୍ୟବସ୍ଥା କରିନାହାନ୍ତି । ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଉଛି । ବିଭିନ୍ନ ସ୍ଥାନରେ ୮ଟି ପିଲାରେ ଦୁଇ ଜଣ ଶିକ୍ଷକ ରହୁଛନ୍ତି । ଯାହା ଯଥାର୍ଥ ନୁହେଁ । ଯଦି କାହାର ଅଭିଯୋଗ ରହିଛି ।

ସେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ । ସେଇଠି ସମାଧାନ ହୋଇପାରିବ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ସେପଟେ ବିରୋଧୀ ଦଳ ଉପନେତା ସ୍କୁଲ ବନ୍ଦକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ସ୍କୁଲ ବନ୍ଦ ନିଷ୍ପତି ଅଗଣତାନ୍ତ୍ରିକ । ନିଷ୍ପତି ପ୍ରତ୍ୟାହାର ନହେଲେ ରାଜ୍ୟର ନିଆଁ ଲାଗିବ । ସାଢେ ୧୧ ହଜାର ସ୍କୁଲ ବନ୍ଦ ହେଲେ ଭବିଷ୍ୟତରେ ଏହା ଆତ୍ମଘାତୀ ହେବ ବୋଲି ସେ କହିଛନ୍ତି ।