ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ: ସୁରକ୍ଷା ଦୃଷ୍ଟିରୁ ସୀମାରେ ଥିବା ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ରଦ୍ଦ

ଜରୁରୀକାଳିନ ପରିସ୍ଥିତ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

97

କନକ ବ୍ୟୁରୋ: ପାକିସ୍ତାନ ସେନା ଅଖନୁର ସେକ୍ଟରର ପୁଲବାମା ଅଂଚଳରେ ଓ ମେଂଢର ସେକ୍ଟରରେ ପ୍ରବଳ ଗୁଳି ଗୋଳା ବର୍ଷା ଜାରି ରହିିଛି । ସେହିପରି ବାଲାକୋଟ ଓ କୃଷ୍ଣାଘାଟିର ଉପ ସେକ୍ଟର ଉପରେ ରାତିସାରା ଗୁଳି ମାଡ କରିଥିବା ସୂଚନା ମିଳିଛି । ତେବେ ଭାରତୀୟ ଯବାନ ପାକ ରେଞ୍ଜର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ସେନା ପୋଷ୍ଟ ସହ ଜନବସତିକୁ ଟାର୍ଗେଟ କରି ପାକିସ୍ତାନ ସେନା ମୋର୍ଟାର ମାଡ କରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ସେପଟେ, ସୀମାରେ ଉତେଜନାକୁ ଆଖିରେ ରଖି ଆଜି ଜମ୍ମୁକଶ୍ମୀରର ସୀମାନ୍ତବର୍ତି ଅଂଚଳର ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି । ଏଲଓସି ଏବଂ ଅନ୍ତରାଷ୍ଟ୍ରୀୟ ସୀମା ଠାରୁ ୫ କିଲୋମିଟର ଦୂରତାରେ ଥିବା ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛି ପ୍ରଶାସନ । ପାକିସ୍ତାନ ସେନା ସୀମାରେ ଗୁଳି ଓ ମୋର୍ଟାର ମାଡ କରୁଥିବାରୁ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତି ନେଇଛି । ସେହିଭଳି ଭାରତ -ପାକିସ୍ତାନ ସୀମାରେ ଉତେଜନାକୁ ଆଖିରେ ରଖି ସୀମାବର୍ତି ରାଜ୍ୟ ଗୁଡିକରେ ହାଇ ଅଲର୍ଟ ଜାରି କରାଯାଇଛି । ଜମ୍ମୁକଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଉତରାଖଣ୍ଡରେ ହାଇଅଲର୍ଟ ଜାରି କରାଯାଇଛି । ପଞ୍ଜାବ ଓ ରାଜସ୍ଥାନରେ ସୁରକ୍ଷା କଡାକଡି କରିବା ସହ ଯାନବାହନ ଯାଂଚ କରି ଛଡା ଯାଉଛି । ସେହିପରି ମୁମ୍ବାଇ ଓ ଗୁଜରାଟରେ ମଧ୍ୟ ସେନା ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଆଖିରେ ରଖି ଜମ୍ମୁକଶ୍ମୀର ପ୍ରଶାସନର ପ୍ରସ୍ତୁତି । ସ୍ୱାସ୍ଥ୍ୟ ବିଭାଗକୁ ଅଲର୍ଟ ରଖାଯାଇଛି । ସ୍ୱାସ୍ଥ୍୍ୟ ବିଭାଗରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ସୀମାବର୍ତି ଅଚଂଳରେ ପାକିସ୍ତାନ ସେନା ଗୁଳି ଗୋଳା ବର୍ଷଣ କରୁଥିବାରୁ ଧନ ଜୀବନ ହାନି ହେବାର ଆଶଙ୍କା ରହିଛି । ତେଣୁ ସ୍ଥାନୀୟ ବାସିନ୍ଦାଙ୍କୁ ତୁରନ୍ତ ସ୍ୱାସ୍ଥ୍୍ୟ ସେବା ଯୋଗାଇ ଦେବାକୁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସମସ୍ତ ସରକାରୀ ଓ ଘରୋଇ ମେଡିକାଲକୁ ଅଧିକ ପରିମାଣର ଔଷଧ ଯୋଗାଇ ଦିଆଯାଇଛି । ଏଥିସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।