ଦୀର୍ଘଦିନ ସ୍କୁଲ, କଲେଜ ବନ୍ଦ : ବିକ୍ରି ହେଉନି ପେନ୍; ବିପଦରେ ୨୦୦୦ କୋଟିର ବଜାର

ଦୀର୍ଘଦିନ ସ୍କୁଲ, କଲେଜ ବନ୍ଦ : ବିକ୍ରି ହେଉନି ପେନ୍; ବିପଦରେ ୨୦୦୦ କୋଟିର ବଜାର

କନକ ବ୍ୟୁରୋ : କରୋନା ମହାମାରୀ ମୁକାବିଲା ଲାଗି ଚଳିତ ବର୍ଷ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଘୋଷଣା କରାଯିବା ପରଠାରୁ ଦେଶରେ ସ୍କୁଲ୍‌, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି । ଏହାର ସିଧାସଳଖ ପ୍ରଭାବ ପେନ୍ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ କାରବାର ଉପରେ ପଡ଼ିଛି। ପ୍ରତିବର୍ଷ ଦେଶରେ ପ୍ରାୟ ୨୦୦୦ କୋଟି ଟଙ୍କାର ପେନ୍ ବିକ୍ରି ହୋଇଥାଏ । ଚଳିତ ବର୍ଷ ଏହି ଶିଳ୍ପକୁ ବଡ଼ ଧରଣର ଧକ୍କା ଲାଗିଛି ।

ପେନ୍ ନିର୍ମାତାମାନେ ଦୁଇ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ପ୍ରଥମଟି ହେଉଛି ଗ୍ରାହକମାନଙ୍କ ମଧ୍ୟରେ ଚାହିଦା ନାହିଁ । ତେଣୁ ବିକ୍ରି କମ୍ ରହୁଛି । ଦ୍ବିତୀୟ କାରଣଟି ହେଉଛି ଜିଏସ୍‌ଟି । ପେନ୍ ଉପରେ ଯଦିଓ ୧୨ ପ୍ରତିଶତ ଟିକସ ଲଗାଯାଇଛି କିନ୍ତୁ କିଛି ଅଧିକାରୀ ବିଜ୍ଞପ୍ତିକୁ ଭୁଲ ତର୍ଜମା କରି କ୍ୟାପ୍, କ୍ଲିପ୍‌ ଓ ରିଫିଲ୍‌ ଉପରେ ୧୮ ପ୍ରତିଶତ ଟିକସ ଲଗାଉଛନ୍ତି। ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଲାଗି ‌ପେନ୍ ନିର୍ମାତାମାନେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡର ଦୃ‌ଷ୍ଟି ଆକର୍ଷଣକ ରିଛନ୍ତି।

ପେନ୍ ଏବଂ ଏହାକୁ ତିଆରି କରିବା ଲାଗି ବ୍ୟବହାର ହେଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ କୌଣସି ପ୍ରକାର ବିଭେଦ ରହିବା ଅନୁଚିତ ବୋଲି ନିର୍ମାତାମାନେ ଦାବି କରୁଛନ୍ତି । କୋଲକାତା ପେନ୍ ନିର୍ମାତା ଓ ଡିଲର ସଂଘର ସଭାପତି ନରେଶ ଜଲାନ କହିଛନ୍ତି ଯେ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ ରହିଥିବାରୁ ପେନ୍ ବିକ୍ରି ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି । ଟିକସ ସ୍ଥିତି ‌ଏତେ ଜଟିଳ ହୋଇପଡ଼ିଛି ଯେ ପେନ୍ ନିର୍ମାତାମାନେ ଦେଶ ଭିତରେ ତିଆରି କରିବା ବଦଳରେ ଯଦି ବାହାରୁ ଆମଦାନି କରିବେ ତେବେ ଅଧିକ ଲାଭରେ ରହିବେ। କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତକୁ ଗୁରୁତ୍ବ ଦେଉଥିବାରୁ ସ୍ଥାନୀୟ କଂପାନିଗୁଡ଼ିକ ଯେଉଁ ସମସ୍ୟା ସାମ୍ନା କରୁଛନ୍ତି ତାହାର ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe