ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଛାତ୍ର ମୃତ । ବାଲେଶ୍ୱର ଚାନ୍ଦିପୁରର ଏକ ଘରୋଇ  ସ୍ମୁଲର  ଛାତ୍ର ନାରାୟଣ ଟୁଡ଼ୁଙ୍କର ମୃତ୍ୟୁ  ।

229

କନକ ବ୍ୟୁରୋ: ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଛାତ୍ର ମୃତ । ବାଲେଶ୍ୱର ଚାନ୍ଦିପୁର ଥାନା ପଦ୍ମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମିଡ଼ିୟମ ସ୍ମୁଲର ଛାତ୍ର ନାରାୟଣ ଟୁଡ଼ୁଙ୍କର ମୃତ୍ୟୁ ହୋଇଛି । ତାଙ୍କ ବୟସ ୧୦ ବର୍ଷ ହେବ  ।

ଖୋର୍ଦ୍ଧା ଜିଲ୍ଲା ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡ଼ୁଙ୍କ ପୁଅ ନାରାୟଣ ଟୁଡ଼ୁ । ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ । ସକାଳୁ ଜଳଖିଆ ଖାଇସାରି ହାତ ଧୋଇବାକୁ ଯାଇଥିବା ବେଳେ ହଠାତ୍ ସିମେଂଟ ତିଆରି ପାଣିକୁଣ୍ଡ ଭୁଶୁଡ଼ି ତଳକୁ ପଡ଼ିଥିଲା । ଏଥିରେ ନାରାୟଣଙ୍କର ମୃତ୍ୟୁ ହୋଇଛି । ନାରାୟଣର ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିଲା । ତାକୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ନାରାୟଣଙ୍କ ପରିବାରକୁ ଖବର ଦିଆଯାଇଥିବା ବେଳେ ଚାନ୍ଦିପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଏନେଇ ସ୍କୁଲ କର୍ତ୍ତୃପକ୍ଷ ରବିନ୍ଦ୍ର ବାରିକଙ୍କୁ ପଚାରିବାରୁ ପିଲାଟି ହାତ ଧୋଇବା ବେଳେ ପାଣିଟାଙ୍କି ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି