ପୁଣି ବଦଳିଲା ସ୍କୁଲ ସମୟ, ଜାଣନ୍ତୁ କେତେଟାରୁ କେତେଟା ଯାଏଁ ଖୋଲିବ ସ୍କୁଲ, ଚାଲିବ କ୍ଲାସ୍ ।

1,209
କନକ ବ୍ୟୁରୋ: ପୁଣି ବଦଳିଲା ସ୍କୁଲ୍ ଟାଇମ୍ । ପ୍ରଚଣ୍ଡ ଖରା ପାଇଁ ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ତେବେ ନବମ, ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ସ୍କୁଲ ସମୟ ଅପରିବର୍ତ୍ତିତ ଥିବାବେଳେ କେବଳ ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ପରିବର୍ତ୍ତନ କରିଛି ବିଭାଗ । ତେବେ ଦଶମ, ଦ୍ୱାଦଶ ପିଲାମାନଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ । ତେବେ ପୂର୍ବରୁ ଦଶମ, ଦ୍ୱାଦଶ ପିଲାଙ୍କ ସ୍କୁଲ ସମୟ ୯ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଥିଲା ଏବଂ ନବମ ଓ ଏକାଦଶ ଶ୍ରେଣୀର ସ୍କୁଲ ସମୟ ୭ରୁ ୯ଟା ଥିଲା କିନ୍ତୁ ଏବେ ଅସହ୍ୟ ଖରା ଯୋଗୁଁ ସ୍କୁଲ ପିଲାଙ୍କ ସମୟ ପରିବର୍ତ୍ତନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ।