ଗୁରୁଦିବସ ହେବ କି କଳାଦିବସ : ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି, ଦାବି ପୂରଣ ନହେଲେ ସ୍କୁଲରେ ତାଲା ପକାଇବାକୁ ଚେତାବନୀ

35

କନକ ବ୍ୟୁରୋ : ଆଜି ଗୁରୁଦିବସକୁ କଳାଦିବସ ଭାବେ ପାଳିବେ ଶିକ୍ଷକ । ଦାବି ପୂରଣ ପାଇଁ ରାଜରାସ୍ତାରେ ବସିଥିବା ଶିକ୍ଷକ କହିଛନ୍ତି, ସରକାର ପ୍ରତିଶ୍ରୁତି ଦେଇ ପୂରଣ କରୁନାହାଁନ୍ତି । ତେଣୁ ଶିକ୍ଷକ ତାଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଲଢେଇ ଜାରି ରଖିବେ । ଦାବି ପୂରଣ ନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଉନଥିବାରୁ ଗୁରୁ ଦିବସକୁ କଳାଦିବସ ଭାବେ ପାଳନ କରିବାକୁ ଧମକ ଦେଇଛନ୍ତି ଆନ୍ଦୋଳନରତ ଶିକ୍ଷକ । ଏପରିକି ଯଦି ସରକାର ଦାବି ପୂରଣ ନକରନ୍ତି ଆଜି ଠାରୁ ସ୍କୁଲରୁ ତାଲା ପଡିବ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛି ।

ଅନ୍ୟପଟେ ଗୁରୁ ଦିବସକୁ କଳାଦିବସ ପାଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ଶିକ୍ଷକମାନେ କଣ, ଗୁରୁଦିବସ ପାଳନ କରନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । କଳାଦିବସ ପାଳନ କଲେ ବି ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।