ନିର୍ଦେଶକଙ୍କ ସହ ଶିକ୍ଷୟତ୍ରୀଙ୍କ ଚୋରାପୀରତି ! ରୋମାନ୍ସ ବେଳେ ସିସିଟିଭିରେ କଏଦ୍ ହେଲା ଭିଡିଓ
ବିଦ୍ୟାଳୟର ନିର୍ଦେଶକଙ୍କ ସହ ଶିକ୍ଷୟତ୍ରୀଙ୍କ ଜୋରଦାର୍ ରୋମାନ୍ସ । କ୍ୟାମେରାରେ କଏଦ୍ ହୋଇଛି ଉଭୟଙ୍କ ଚୋରାପ୍ରେମର ଚୋରାକାହାଣୀ । ଘଟଣାଟି ଘଟିଛି ଆଗ୍ରାର ଏକ ପବ୍ଲିକ୍ ସ୍କୁଲରେ । ଉଭୟ ଷ୍ଟାଫରୁମରେ ଲୁଚିଛପି ରୋମାନ୍ସ କରୁଥିବା ବେଳେ କିନ୍ତୁ ଧରାପଡିଯାଇଛନ୍ତି କ୍ୟାମେରା ଆଖିରେ । ଏବେ ସାମ୍ନାକୁ ଆସିବା ପରେ ଫୁଟେଜଟି ଭାଇରାଲ୍ ହେବାରେ ଲାଗିିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସିସିଟିଭିରେ ଦେଖିବାକୁ ମିଳିଛି, ଉକ୍ତ ବିଦ୍ୟାଳୟର ନିର୍ଦେଶକ ଏସଏସ୍ ଯାଦବ ଷ୍ଟାଫରୁମ ଭିତରେ ଥିବାବେଳେ ଶିକ୍ଷୟତ୍ରୀ ଜଣକ ପହଂଚିଥିଲେ । ତାପରେ ଯାଦବ ତାଙ୍କୁ ଆଲିଙ୍ଗନ କରିବା ପରେ ଉଭୟ କିଛି ସମୟ ରୋମାନ୍ସ କରୁଛନ୍ତି । ଏହାର କିଛି ସମୟ ପରେ ଶିକ୍ଷୟତ୍ରୀ ଜଣକ ତଳେ ଚାଦର ବିଛାଉଛନ୍ତି । ତେବେ ହଠାତ୍ ନିର୍ଦେଶକ ଯାଦବଙ୍କ ଆଖି ସିସିଟିଭି ଉପରେ ପଡିବା ପରେ ଉଭୟ ସେଠାରୁ ଚାଲିଯାଉଛନ୍ତି । ଏବେ ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଅଭିଭାବକମାନେ ପିଲାଙ୍କୁ ଉକ୍ତ ସ୍କୁଲକୁ ପଠାଇବାକୁ ଡରୁଛନ୍ତି ।
ଦେଖନ୍ତୁ ଏହି ଭିଡିଓ :