ଦିଦିଙ୍କ ଅମାନବୀୟ କାଣ୍ଡ । ବିରୁଡି କାମୁଡିଲା ବୋଲି, ଚେଙ୍କ ଦେଲ ସ୍କୁଲ ଦିଦି ।

132

କନକ ବ୍ୟୁରୋ: ଦିଦିଙ୍କ ଅମାନବୀୟ କାଣ୍ଡ । ବିରୁଡ଼ି କାମୁଡ଼ିଲା ବୋଲି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଛୁରୀ ତତାଇ ଚେଙ୍କ ଦେଲେ ଦିଦି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅସରଳା ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତକାଲି ଚତୁର୍ଥ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟରେ ସାଙ୍ଗ ପିଲାଙ୍କ ସହ ଖେଳୁଥିବା ବେଳେ ହଠାତ ଏକ ବିରୁଡ଼ି କାନ୍ଧକୁ କାମୁଡ଼ି ଦେଇଥିଲା । ଛାତ୍ରୀକୁ କଷ୍ଟ ହେବାରୁ ସେ ଶିକ୍ଷୟିିତ୍ରୀଙ୍କୁ କହିଥିଲେ । ଦିଦି ମେଡିକାଲ ନେବା ପରିବର୍ତ୍ତେ ଗ୍ୟାସ ଚୁଲାରେ ଏକ ଛୁରୀ ତତାଇ ସାଇନା ବେକରେ ଚେଙ୍କ ଦେଇଥିଲା । ଚେଙ୍କ ଦେବା ପରେ ଛାତ୍ରୀଙ୍କ କାନ୍ଧରେ ବଡ଼ ଫୋଟକା ହୋଇଥିଲା । ଏହା ପରେ ଛାତ୍ରୀଙ୍କ ଘରକୁ ସୂଚନା ନଦେଇ ମେଡିକାଲ ନେଇ ଘରକୁ ପଠାଇଦେଇଥିଲେ ଶିକ୍ଷୟିତ୍ରୀ ।