ହୋଟେଲରେ ଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଖୁଆଇଲେ ବିଡିଓ ! ୫ ଦିନ ଧରି ବୈପାରୀଗୁଡା ଚିକିମା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ

46

କନକ ବ୍ୟୁରୋ : ହୋଟେଲରେ ମଧ୍ୟାହ୍ନ ଭୋଜନ ଖାଇଲେ ଛାତ୍ର । ସ୍କୁଲରେ ମଧ୍ୟାହ୍ନ ଭୋଜନ ନମିଳିବାରୁ ହୋଟେଲରେ ମଧ୍ୟାହ୍ନ ଭୋଜନ ଖାଇଲେ ଛାତ୍ର । ଏମଡିଏମ୍ ଦିଆଯାଉନଥିବା ନେଇ ବିଡିଓଙ୍କୁ ଜଣାଇଥିଲେ ଛାତ୍ର । ଏହାପରେ ବିଡିଓ ସେମାନଙ୍କୁ ଡାକିନେଇ ଏକ ହୋଟେଲରେ ଖାଇବାକୁ ଦେଇଥିଲେ ।

କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଚିକିମା ପ୍ରାଥମିକ ବିଦ୍ୟାଳୟରେ ୫ଦିନ ହେଲା ଛାତ୍ରଙ୍କୁ ମିଳିନି ମଧ୍ୟାହ୍ନ ଭୋଜନ । ଏନେଇ ୩୦ଜଣ ଛାତ୍ର ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପାଇଁ ପହଂଚିଥିଲେ । ବିଡିଓ ସମସ୍ତ ଘଟଣା ଶୁଣିବା ପରେ ଛାତ୍ରଙ୍କୁ ନେଇ ଏକ ହୋଟେଲରେ ତାଙ୍କ ଖାଇବା ବ୍ୟବସ୍ଥା କରିଥିଲେ । ପରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉନଥିବା ପ୍ରସଙ୍ଗରେ ତଦନ୍ତ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଡିଓ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-