ଭୋଟରଙ୍କୁ ସଚେତନ କରୁଛନ୍ତି ଛାତ୍ରଛାତ୍ରୀ । ଘରୁ ବାହାରି ଭୋଟ୍ ଦେବା ଲାଗି ନିବେଦନ କଲେ ସ୍କୁଲ ଛାତ୍ରଛାତ୍ରୀ

80

କନକ ବ୍ୟୁରୋ: ମାଲକାନଗିରିରେ ଭୋଟରଙ୍କୁ ସଚେତନ କରୁଛନ୍ତି ଛାତ୍ରଛାତ୍ରୀ । କୋୟା ଆଦିବାସୀ ଭାଷାରେ ସଚେତନ କରୁଛନ୍ତି ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ଅବସରରେ ମେ ୧୩ ରେ ଘରୁ ବାହାରି ଭୋଟ୍ ଦେବା ଲାଗି ନିବେଦନ କରିଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ନିର୍ବାଚନରେ ପ୍ରତିଟି ଭୋଟର ମୂଲ୍ୟ ରହିଛି । ପ୍ରତି ୫ ବର୍ଷରେ ନେତା ବାଛିବାକୁ ସୁଯୋଗ ରହିଛି । ଏପରି ସ୍ଥିତିରେ ଦେଶର ସଚେତନ ନାଗରିକ ହିସାବରେ ଘରୁ ବାହାରି ଭୋଟ୍ ଦେବାକୁ ଅପିଲ କରିଛନ୍ତି ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ।