ପାଖରେ ନାହିଁ ଲାଇସେନ୍ସ କି ହେଲମେଟ । ବେଗୁନିଆ ବଜାର ଦେଇ ଦ୍ରୁତ ଗତିରେ ଗାଡ଼ି ଚଳାଇ ସ୍କୁଲ ଯାଉଛନ୍ତି ଛାତ୍ର

177

କନକ ବ୍ୟୁରୋ : ଟିକିଏ ଅବହେଳା ହୋଇପାରେ ମୃତ୍ୟୁର କାରଣ । ଏଭଳି କିଛି ଚିତ୍ର ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଜରାସ୍ତାରେ ନାବାଳକଙ୍କ ଦ୍ରୁତ ଗତିରେ ଗାଡ଼ି ଚଳାଇ ସ୍କୁଲ ଯାଉଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ବିନା ହେଲମେଟ ଓ ବିନା ଲାଇସେନ୍ସରେ ବେପରୁଆ ଗାଡ଼ିଚାଳନା ସେ ପୁଣି ସ୍କୁଲକୁ ନେଇ ଯାଉଥିବା ଘଟଣା । ଉଭୟ ଅଭିଭାବକ ଆଉ ସ୍କୁଲ କର୍ତୃପକ୍ଷଙ୍କ ଖାମଖିଆଲ ନିତିକୁ ପଦାରେ ପକାଇଛି । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ବେଗୁନିଆ ବଜାରରେ । ଯେଉଁଠି ଗୋଟିଏ ପରେ ଗୋଟିଏ ଗାଡ଼ି ଦ୍ରୁତ ଗତିରେ ଯାଉଛି । ବେଗୁନିଆ ଆଦର୍ଶ ବିଦ୍ୟାଳୟର ପିଲାମାନଙ୍କର ଏଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି । ଏହା ଉପରେ କଡ଼ା ଆଇନ ଥିବା ସତ୍ୱେ ସ୍କୁଲ ପ୍ରଶାସନ ଏସବୁ ଜାଣି ନିରବ । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।