ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଚାଲିଥିଲା ସ୍କୁଲ । ପଢା ଚାଲିଥିଲା, ପରୀକ୍ଷା ବି ହେଉଥିଲା… ନିୟମ ଭାଙ୍ଗିଥିବାରୁ ସିଲ୍ କଲା ବିଏମସି ।

940

କନକ ବ୍ୟୁରୋ: ମାନିଲେନି କୋଭିଡ୍ ନିୟମ, ସିଲ ହେଲା ସ୍କୁଲ । ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସ୍କୁଲ ସିଲ ହୋଇଛି । ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଥିବା ସାଇ ସରସ୍ୱତୀ ବିଦ୍ୟା ମନ୍ଦିରକୁ ସିଲ କଲା ବିଏମସି । କରୋନା ପାଇଁ ସ୍କୁଲ ଖୋଲିବାକୁ କଟକଣା ଲାଗିଥିଲେ ବି ନିୟମ ନମାନିଥିବାରୁ ନିଆଗଲା କାର୍ଯ୍ୟାନୁଷ୍ଠାନ ।

ତେବେ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ୱେ ଖୋଲାଯାଇଥିଲା ସ୍କୁଲ । ପିଲାମାନେ ପଢିବା ସହ ପରୀକ୍ଷା ମଧ୍ୟ ହେଉଥିଲା । ତେବେ ଖବର ପାଇ ବିଏମସିର ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରି ସ୍କୁଲ ସିଲ କରିଛି ।

Comments are closed.