କନକ ବ୍ୟୁରୋ : ବାହୁଡା ଯାତ୍ରାରେ ବଡ ଅଘଟଣ । ଛାତ ଭୁଶୁଡି ଗୁରୁତର ଆହତ ହୋଇଛନ୍ତି ଏକାଧିକ ଛାତ୍ରୀ । ସୂଚନା ମୁତାବକ, ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦେଖିବା ପାଇଁ ଆଜି ପ୍ରବଳ ଜନସମାଗମ ହୋଇଥିଲା । ପ୍ରବଳ ଭିଡ ଭିତରେ ସ୍ଥାନୀୟ ସ୍କୁଲର ଛାତ ଉପରେ ଚଢି ରଥଟଣା ଦେଖୁଥିଲେ କିଛି ଛାତ୍ରୀ । ହେଲେ କିଛି ଭାବିବା ପୂର୍ବରୁ ହଠାତ ଭୁଶୁଡି ପଡିଲା ଛାତ । ଫଳରେ ଆହତ ହୋଇଛନ୍ତି ଏକାଧିକ ଛାତ୍ରୀ ।
ସେପଟେ ଆହତ ହୋଇଥିବା ଛାତ୍ରୀମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଆଜି ଶେଷ ହୋଇଛି ବାହୁଡା ଯାତ୍ରା । ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡି ଆସିଛନ୍ତି ମହାବାହୁ । ଆଉ ଏହାରି ଭିତରେ ଏଭଳି ଏକ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/WhatsApp-Image-2019-07-12-at-6.07.43-PM.jpeg)