୧୦ ମାସ ପରେ କାଲିଠାରୁ ଖୋଲିବ ସ୍କୁଲ : କେବଳ ଦଶମ ଓ ଦ୍ୱାଦଶ ପିଲା ଯିବେ ସ୍କୁଲ; ୧୦୦ ଦିନ ପାଇଁ ହେବ ପାଠପଢା

293

କନକ ବ୍ୟୁରୋ : କାଲିଠାରୁ ରାଜ୍ୟରେ ସ୍କୁଲ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ । ୧୦୦ ଦିନ ପାଇଁ ପାଠପଢା ହେବ । ତେବେ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରସ୍ତୁତି ଓ ସର୍ବବାରତୀୟ ସ୍ତରରେ ହେଉଥିବା ପ୍ରତିଯୋଗୀତା ପାଇଁ ପିଲାଙ୍କୁ ପ୍ରସ୍ତୁତି କରିବା ପାଇଁ ସ୍କୁଲ ଖୋଲାଯିବ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ସ୍କୁଲ ଚାଲିବ । ସେହିପରି ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ତାରିଖ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୨୯ରୁ ମେ ୧୪ ଯାଏଁ ହେବ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୫ରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପାଠପଢା ପାଇଁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।

ସେହିପରି ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବ । ଗାଇଡଲାଇନ୍ ମାନି ଖୋଲିବ ହଷ୍ଟେଲ । ଅଭିଭାବକଙ୍କ ଲିଖିତି ଅନୁମତି ପରେ ହଷ୍ଟେଲରେ ରହିହେବ । ଅନଲାଇନ ଶିକ୍ଷାର ସୁବିଧା ନଥିବା ପିଲାଙ୍କୁ ଅଗ୍ରାଧିକାର ମିଳିବ । ହଷ୍ଟେଲରେ ପ୍ରବେଶ ପୂର୍ବରୁ ପ୍ରତି ପିଲାଙ୍କ ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ପିଲାଙ୍କୁ ହିଁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ । କୌଣସି ଅଜଣା ଲୋକଙ୍କୁ ହଷ୍ଟେଲକୁ ଛଡାଯିବ ନାହିଁ । ପିଲା ଓ ହଷ୍ଟେଲ କର୍ମଚାରୀଙ୍କ ସବୁଦିନ ସ୍କ୍ରିନିଂ କରାଯିବ । ସମସ୍ତଙ୍କର ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଅନ୍ତେବାସୀ କୌଣସି ସଫେଇ କାମ କରିବେ ନାହିଁ । ପିଲାଙ୍କ ପାଇଁ ବାହାରୁ କୌଣସି ଖାଦ୍ୟ ଅର୍ଡର ହେବନି । ଉଷୁମ ଓ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦେବାକୁ ନିର୍ଦ୍ଦେଶ ।