୨୧ରୁ ଏକାଦଶ ଓ ୨୫ରୁ ୮ମ ପିଲାଙ୍କ କ୍ଲାସ

197

କନକ ବ୍ୟୁରୋ : ସ୍କୁଲ ଖୋଲିବା ପ୍ରବଙ୍ଗରେ ବଡ ଖବର । ଦଶହରା ପରେ ଖୋଲିବ ୮ମ ଓ ଏକାଦଶ ଶ୍ରେଣୀ । ୨୧ରୁ ଏକାଦଶ ଓ ୨୫ରୁ ୮ମ ପିଲାଙ୍କ କ୍ଲାସ ଆରମ୍ଭ ହେବ । ଏନେଇ ଆସନ୍ତାକାଲି ବସିବ ଡିଇଓମାନଙ୍କର ବୈଠକ । ପ୍ରଥମରୁ ୭ମ ଶ୍ରେଣୀ ଖୋଲିବା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯିବ । ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
କରୋନା କଟକଣା ପାଇଁ ଦୀର୍ଘ ମାସ ଧରି ସ୍କୁଲ କଲେଜ୍ ବନ୍ଦ ରହିଥିଲା । କରୋନା ପାଇଁ ଶିକ୍ଷା କ୍ଷେତ୍ର ଉପରେ ଅଧିକ ପ୍ରଭାବ ପଡିଛି । କିନ୍ତୁ ବର୍ତମାନ କରୋନା ସଂକ୍ରମଣ କମିଛି । ଟିକାକରଣ ମଧ୍ୟ ତ୍ୱରାନ୍ୱିତ ହୋଇଛି । ତେଣୁ ଏବେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର ।

ଏଣିକି କ୍ଲାସରୁମରେ ବସି ଛାତ୍ରଛାତ୍ରୀ ପାଠ ପଢିପାରିବେ । ପୂର୍ବଭଳି କ୍ଲାସରୁମରେ କରୋନା କଟକଣା ରହିବ । କ୍ଲାସରୁମରେ ଛାତ୍ରଛାତ୍ରୀ ସାମାଜିକ ଦୂରତା ରଖି ବସିବା ସହ, ମାସ୍କ ଏବଂ ସାନିଟାଇଜର୍ ବ୍ୟବହାର କରିବା ବାଧ୍ୟତାମୂଳକ ରହିବ ।