ଦୀପାବଳି ପରେ ଖୋଲିବ ସ୍କୁଲ ! ଗଣଶିକ୍ଷା ମନ୍ତ୍ରୀ ଦେଲେ ସଙ୍କେତ, ସ୍କୁଲ ଯିବାକୁ ପିଲାଙ୍କ ମଧ୍ୟରେ ବଢିଲାଣି ଆଗ୍ରହ 

407

କନକ ବ୍ୟୁରୋ : ଦୀପାବଳି ପରେ ଖୋଲିବ ସ୍କୁଲ! ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବ ।
ତେବେ କରୋନା ପାଇଁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବା ପରେ ଅଷ୍ଟମ, ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ପାଠ ପଢା ଆରମ୍ଭ କରିବା ପାଇଁ ସରକାର ପରାମର୍ଶ ଦେଇଥିଲେ । ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ପାଇଁ ବିଚାର ବିମର୍ଶ ଚାଲିଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପାଠପଢା ଶୁରୁଖୁରୁରେ ଚାଲିଛି । ଅନ୍ୟ ଶ୍ରେଣୀ ଗୁଡିକୁ ମଧ୍ୟ ଖୁବ ଶୀଘ୍ର ଖୋଲାଯିବ । ସ୍କୁଲ ଯିବା ପାଇଁ ପିଲାଙ୍କ ମଧ୍ୟରେ ଆଗ୍ରହ ବଢିଲାଣି । ତେଣୁ କରୋନା କଟକଣାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବ । ପିଲାଙ୍କ ପାଠପଢା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କଡା ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।