ସ୍କୁଲକୁ ପିଲା ଆସୁଛନ୍ତି ହେଲେ ଆସୁନାହାଁନ୍ତି ଶିକ୍ଷକ, ଶ୍ରେଣୀ ଗୃହରେ ଝୁଲୁଛି ତାଲା: ଆସିକା ନୂଆଗାଁର ଘଟଣା

133

କନକ ବ୍ୟୁରୋ: ସ୍କୁଲରେ ତାଲା , ୧୦୦ରୁ ଅଧିକ ପିଲାଙ୍କ ପାଠ ପଢା ଠପ୍ । ୧୯୮୨ ମସିହାରେ ଆସିକା ବ୍ଲକ ନୁଆଗାଁ ଠାରେ ଖୋଲାଯାଇଥିବା ଚିନିଶିଳ୍ପ ଏ.ମି ସ୍କୁଲର ଷଷ୍ଠ ଓ ସପ୍ତମ ଶ୍ରେଣୀ ବନ୍ଦ କରାଯାଇଛି । ଯାହା ଫଳରେ ୧୦୦ ଉର୍ଦ୍ଦ ପିଲାଙ୍କ ପାଠାପଢାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଖରାଛୁଟି ପୁର୍ବରୁ ପିଲାମାନେ ସ୍କୁଲ ଆସୁଥିଲେ । ଶିକ୍ଷକ ବି ଆସୁଥିଲେ । ସବୁ କିଛି ଠିକ୍ ଠାକ୍ ଥିଲା । ହେଲେ ଛୁଟିପରେ ସ୍କୁଲ ଖୋଲିବା ପରେ ପିଲାମାନେ ସ୍କୁଲକୁ ଆସୁଛନ୍ତି । କିନ୍ତୁ ସ୍କୁଲ ଘରର ତାଲା ଖୋଲୁନି । ଫଳରେ ପିଲାମାନେ ସ୍କୁଲକୁ ଆସି ବାରଣ୍ଡାରେ ବସି ଖେଳ କୁଦ କରି ଘରକୁ ଫେରୁଛନ୍ତି । ଏହାକୁ ନେଇ ଅଭିଭାବକ ମାନେ ସରପଂଚ ଓ ଆସିକା ବ୍ଲକ ଶିକ୍ଷାଅଧିକାରିଙ୍କୁ ଯୋଗାଯୋଗ କରିବା ପରେ ସେଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଉଠାଇଦିଆଯାଇଥିବା ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।