ଖୋଲିଲା ସ୍କୁଲ, ପାଠ ପଢିବାକୁ ଗଲେ ଛୋଟ ପିଲା : ପ୍ରଥମ ସପ୍ତାହରେ ହେବନି ପାଠପଢା, କେବଳ ହେବ ଆକ୍ଟିଭିଟି

Advertisment
ଖୋଲିଲା ସ୍କୁଲ, ପାଠ ପଢିବାକୁ ଗଲେ ଛୋଟ ପିଲା : ପ୍ରଥମ ସପ୍ତାହରେ ହେବନି ପାଠପଢା, କେବଳ ହେବ ଆକ୍ଟିଭିଟି

କନକ ବ୍ୟୁରୋ : ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ । ଦୁଇ ବର୍ଷ ପରେ ସ୍କୁଲ ଆସିଲେ କୁନି କୁନି ପିଲା । ପ୍ରଥମ ଦିନରୁ ଜୟ ଫୁଲ ଲର୍ଣିଂ ନେଇ ସ୍କୁଲରେ ଆୟୋଜନ ହୋଇଛି । ପିଲାଙ୍କୁ ଆକୃଷ୍ଟ କରିବା ଓ ସ୍କୁଲ ମାହୋଲରେ ମନ ଲାଗିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ହୋଇଛି । ପ୍ରବେଶ ବେଳେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜେସନ କରାଯାଇ ପିଲାଙ୍କୁ ଛଡ଼ାଯାଉଛି । ପିଲାଙ୍କ ପାଇଁ ସ୍କୁଲ ପକ୍ଷରୁ ସ୍ୱତନ୍ତ୍ର ୱେଲକମ ଗିଫ୍ଟର ବ୍ୟବସ୍ଥା କରାଯାଇଛି ।

ଦୁଇ ବର୍ଷ ପରେ ସ୍କୁଲ ଆସି ପିଲା ମାନେ ଉତ୍ସାହିତ ଥିବାବେଳେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ସରକାରୀ ସ୍କୁଲ ଗୁଡିକରେ ମଧ୍ୟ ପିଲାମାନଙ୍କୁ ସ୍ୱାଗତ କରାଯାଇଛି । ଫୁଲ ଚନ୍ଦନ ଏବଂ ଉପହାର ଦିଆଯାଇ କ୍ଲାସରୁମକୁ ନିଆଯାଇଥିଲା । ପ୍ରାୟ ଦୁଇ ବର୍ଷ ପରେ ସ୍କୁଲ ଆସୁଥିବାରୁ ସେମାନେ ଯେମିତି ଚାପଗ୍ରସ୍ତ ନ ହୁଅନ୍ତି, ସେଥିପାଇଁ ପ୍ରଥମ ସପ୍ତାହ ପାଠ ପଢ଼ା ନ ଯାଇ ବିଭିନ୍ନ ପ୍ରକାର ଖେଳକୁଦ ଓ ହସଖୁସି ମାହୋଲର ବ୍ୟବସ୍ତା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe